www.samajalive.in
Tuesday, December 9, 2025
16.1 C
Bhubaneswar

ଫିଟ୍‌ ହେବା ପରେ କକ୍‌ପିଟ୍‌କୁ ଫେରିବେ ଅଭିନନ୍ଦନ: ବାୟୁସେନା

ନୂଆଦିଲ୍ଲୀ: ପାକ୍‌ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଦେଇଥିବା ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରିବା ପରେ ଚିକିତ୍ସିତ ହେଉଛନ୍ତି। ସେ ସୁସ୍ଥ ହୋଇ ଫିଟ୍ ହେବା ପରେ ପୁଣି ଥରେ ବିମାନ କକପିଟକୁ ଫେରିବେ ବୋଲି ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା। ବାୟୁସେନା ମୁଖ୍ୟ ବିରେନ୍ଦର ସିଂହ ଧାନୱା​‌ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପିଓକେରେ ବିମାନ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଅବସରରେ ଏହି ସୂଚନା ଦେଇଥିଲେ।

ଅଭିନନ୍ଦନ ପାକିସ୍ତାନରୁ ଫେରିବା ପରେ ସେନା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପାକ୍‌ ସେନା ହେପାଜତରେ ଥିବା ବେ​ଳେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏପରି କି ତାଙ୍କ ମେରୁଦଣ୍ଡର ନିମ୍ନ ଭାଗରେ ଆଘାତ ଲାଗିଥିବା ଚିକିତ୍ସା ବେଳେ ଜଣାପଡ଼ିଛି। ଏହି ଅବସରରେ ଅଭିନନ୍ଦନ ବାୟୁସେନା ଅଧିକାରୀଙ୍କୁ ଭେଟିବା ସମୟରେ ଖୁବଶୀଘ୍ର ପୁଣି ଥରେ ବିମାନ କକପିଟକୁ ଫେରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସାମ୍ବାଦିକମାନେ ସୋମବାର ଧାନୱାଙ୍କୁ ପ୍ରଶ୍ନ କରିବାକୁ ସେ କହିଥିଲେ ଯେ, ଅଭିନନ୍ଦନ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି। ଆମେ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବିମାନକୁ ଫେରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories