www.samajalive.in
Friday, December 5, 2025
23.1 C
Bhubaneswar

ରାଜ୍ୟରେ ବଢ଼ୁଛି ମହିଳା ନିର୍ଯାତନା

ଭୁବନେଶ୍ବର: ରାଜ୍ୟରେ ମହିଳା ନିର୍ଯାତନା ଅଭିଯୋଗ ବଢ଼ିବାରେ ଲାଗିଛି। ଗତ ଦୁଇ ମାସରେ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଗଞ୍ଜାମ, ପୁରୀ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରେ  ସର୍ବାଧିକ ମହିଳା ନିର୍ଯାତନା ମାମଲା ପଞ୍ଜିକୃତ  ହୋଇଛି। ପୂର୍ବରୁ ପ୍ରତିମାସରେ ୧୦୦ରୁ ୧୭୦ ମାମଲା ପଞ୍ଜିକୃତ ହେଉଥିବା ବେଳେ ଏବେ ମାସକୁ ଅତିକମରେ ୨୭୦ରୁ ୨୮୦ଟି ମାମଲା ପଞ୍ଜିକୃତ ହେଉଛି। ଆଗରୁ ମାସକୁ ୭୦ରୁ ୮୦ଟି ମାମଲା  ସମାଧାନ ହେଉଥିବା ବେଳେ ଏବେ ମାସକୁ ସର୍ବାଧିକ ୧୧୫ଟି ମାମଲା ସମାଧାନ କରାଯାଉଛି। ପୂର୍ବରୁ ପ୍ରାୟ ୩୨୦୦ଟି ମାମଲା ବିଚାରାଧୀନ ପ୍ରକ୍ରିୟାରେ ଅଟକିଛି। ମାସକୁ ମାସ ଅଭିଯୋଗ ସଂଖ୍ୟା ବଢ଼ୁଛି।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଆୟୋଗରେ ଜଣେ ବିଚାରପତି ନିଯୁକ୍ତି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୧ରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତିଙ୍କ ସମେତ ୪ ଜଣ ସଦସ୍ୟା ଦାୟିତ୍ବ ଗ୍ରହଣ କରିବା ପରେ କ୍ଷେତ୍ରସ୍ତରରେ ମାମଲାର ତଦନ୍ତ କରି ସମାଧାନ କରିବାକୁ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ଜିଲା ଶିବିର ଅଦାଲତ ବନ୍ଦ ହୋଇଥିବା ବେଳେ ଏବେ ତାହାକୁ କାର୍ଯ୍ୟକ୍ଷମ କରାଯାଇଛି। ଏଣିକି ଅଭିଯୋଗକାରୀଙ୍କୁ ଆୟୋଗ କାର୍ଯ୍ୟାଳୟକୁ ବାରମ୍ବାର  ଦୌଡ଼ିବାକୁ ପଡ଼ିବନି। ଅଧ୍ୟକ୍ଷାଙ୍କ ସମେତ ସଦସ୍ୟା, ଜିଲାପାଳ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ନେଇ ଜିଲାସ୍ତରରେ ଆସୁଥିବା ଅଭିଯୋଗ ଜିଲା ଅଦାଲତ ଶିବିରରେ ସମାଧାନ କରାଯାଉଛି।

- Advertisement -

ଏବେସୁଦ୍ଧା ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ ଜିଲାରେ ଜିଲା ଅଦାଲତ ଶିବିର ହୋଇ ବହୁ ମାମଲାର ସମାଧାନ ହୋଇପାରିଛି। ଚଳିତ ମାସ ୨୯ରେ ଅନୁଗୋଳ ଓ ‌େ‌ଢଙ୍କାନାଳ, ନଭେମ୍ବର ୨୬ରେ ଗଞ୍ଜାମ ଓ ଗଜପତି ଓ ପରବର୍ତ୍ତୀ ସମୟରେ କୋରାପୁଟ ଜିଲାରେ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାର ଅଭିଯୋଗ ଜିଲା ଅଦାଲତ ଶିବିରରେ ତଦନ୍ତ କରି ସମାଧାନ କରିବାକୁ ଗୁରୁତ୍ବ ଦିଆଯାଉଛି। ଏସମ୍ପର୍କରେ ମହିଳା ଆୟୋଗ ସଦସ୍ୟା ଊର୍ମିିଳା ମହାପାତ୍ର କୁହନ୍ତି, ମହିଳା ଆୟୋଗ ସଦସ୍ୟାଭାବେ ଦାୟିତ୍ବ ନେବା ପରେ କୌଣସି ଅଭିଯୋଗର ବାଛବିଚାର ନକରି ସବୁ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି। କ୍ଷେତ୍ରସ୍ତରରୁ ତଦନ୍ତ କରି କେଉଁଠି ସମସ୍ୟା ରହିଛି ତାହାକୁ ଅନୁଧ୍ୟାନ କରି ପରିବାରକୁ ସଜାଡ଼ି ସୁନ୍ଦର ସଂସାର ଗଢ଼ିବା ଲାଗି ପ୍ରୟାସ କରାଯାଉଛି। ସର୍ବାଧିକ ଅଭିଯୋଗର ତଦନ୍ତ ଓ ସମାଧାନ ଦିଗରେ କାର୍ଯ୍ୟ କରାଯାଉଛି।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories