www.samajalive.in
Friday, December 5, 2025
23.1 C
Bhubaneswar

ଖଣି ଗିଳିଛି ୪ ହଜାର ହେକ୍ଟର ଚାଷଜମି

ରାୟଗଡ଼ା: ରାୟଗଡ଼ା ଜିଲାରେ ଦିନକୁ ଦିନ ଚାଷଜମି ହ୍ରାସ ପାଇବାରେ ଲାଗିଛି। ଖଣିଖାଦାନ ଭରା ଏହି ଜିଲା ରାଜସ୍ବ ଆଦାୟରେ ରାଜକୋଷ ସମୃଦ୍ଧ‌ କରିପାରିଛି। ବର୍ଷକୁ ବର୍ଷ ଖଣିଜ ପଦାର୍ଥ ଉତ୍ତୋଳନ କରିବା ପାଇଁ ଖଣି ସମ୍ପ୍ରସାରଣ ହେଉଛି। କିନ୍ତୁ ଏହାର କୁପରିଣାମ ଭୋଗୁଛନ୍ତି ଚାଷୀ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ମାଣ୍ଡିଆ, କାନ୍ଦୁଲ, ମକା ଓ ବାଜରା ଭଳି କ୍ଷୁଦ୍ରଶସ୍ୟ ଚାଷ ହେଉଛି। ପ୍ରଥମ ଫସଲ ରୂପେ ଧାନ ଫସଲ ଓ ଦ୍ୱିତୀୟ ଫସଲ ଭାବେ କପା ଚାଷ ହୋଇଥାଏ। ଜିଲାରେ ବିଗତ ୧୫ ବର୍ଷ ମଧ୍ୟରେ କେବଳ ଖଣି ଅଞ୍ଚଳରେ ଖଣି ସମ୍ପ୍ରସାରଣ ଯୋଗୁଁ ଚାଷଜମି ହ୍ରାସ ପାଇଛି।

୨୦୧୧ ମସିହା କୃଷି ବିଭାଗ ତଥ୍ୟ ଅନୁଯାୟୀ ପାହାଡ଼ିଆ ଓ ଜଳସେଚିତ ଜମିକୁ ମିଶାଇ ମୋଟ ୨.୪୯ ଲକ୍ଷ ହେକ୍ଟର ଚାଷଜମି ରହିଥିଲା। ବର୍ତ୍ତମାନ ତାହା ୧ଲକ୍ଷ ୮୨ ହଜାର ୬୦୪ ହେକ୍ଟରରେ ପହଞ୍ଚିଛି। ୧୧ ହଜାର ହେକ୍ଟର ବୃକ୍ଷ ରୋପଣରେ ବ୍ୟବହାର କରାଯାଇଛି। ୬,୩୬୩ ହେକ୍ଟର ଜମିର କିସମ ପରିବର୍ତ୍ତନ କରାଯାଇଛି। ଜିଲାରେ ରେଳପଥ ଓ ଏହାର ଅନ୍ୟାନ୍ୟ ଆନୁଷଙ୍ଗିକ କାମ ପାଇଁ ୧୩,୧୩୨ ହେକ୍ଟର, ନଦୀ ଓ ନାଳରେ ୯,୨୩୦ ହେକ୍ଟର ଜମି ଲୀନ ହୋଇଛି। ଗୁଣପୁର, ମୁନିଗୁଡ଼ା, ପିତାମହଲ ଓ କାଶୀପୁର ଅଞ୍ଚଳରେ ଇଡକୋ ୧୪ ହଜାର ୨୬୬ ହେକ୍ଟର ଜମି ଅଧିଗ୍ରହଣ କରିଛି। କଳକାରଖାନା ପାଇଁ ୮ ହଜାର ୪୦୪ ହେକ୍ଟର ଜମି ବ୍ୟବହୃତ ହୋଇଥିବା ବେଳେ ୪୦୦୧ ହେକ୍ଟର ଜମି ଖଣି ଗର୍ଭରେ ଲୀନ ହୋଇଛି। ପୂର୍ବରୁ କାଶୀପୁର

- Advertisement -

ବ୍ଲକରେ ୫୪୯୭ ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୩୨୭୮ ହେକ୍ଟର​‌େ​‌ର ପହଞ୍ଚିଛି। ବିଷମକଟକ ବ୍ଲକରେ ୫୪୩୦ ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ବର୍ତ୍ତମାନ ୩୨୩୨ ହେକ୍ଟର, ରାମମନାଗୁଡ଼ା ବ୍ଲକରେ ୬୫୬୩ ହେକ୍ଟର ଜମିରେ ଚାଷ ବଦଳେ ୪,୪୩୨ ହେକ୍ଟର, ଗୁଣପୁର ବ୍ଲକରେ ୮,୨୯୬ ହେକ୍ଟର ଜମିରେ ଚାଷ ବଦଳେ ୬,୦୫୩ ହେକ୍ଟର, ମୁନିଗୁଡ଼ା ବ୍ଲକରେ ୫,୩୨୩ ହେକ୍ଟର ବଦଳେ ୪,୨୧୨ ହେକ୍ଟର ଜମିରେ ଚାଷ ହେଉଛି। ସଦର ମହକୁମା ରାୟଗଡ଼ାରେ ୪,୩୯୪ ହେକ୍ଟର ଚାଷ ଜମି ଥିଲା ବେଳେ ୩,୩୦୦ ହେକ୍ଟର ଜମିରେ ଚାଷ ହେଉଛି।

ରାୟଗଡ଼ା ଜିଲାରେ ୨୧ ଟି ଛୋଟବଡ଼ ଖଣି ରହିଛି। କାଶୀପୁର ବ୍ଲକରେ କେବଳ ଖଣି ପାଇଁ ୧୧୩୭୮.୨୦ ହେକ୍ଟର ଜମିର କିସମ ପରିବର୍ତ୍ତନ କରାଯାଇଛି। ମୁନିଗୁଡ଼ା ବ୍ଲକରେ ୨୮୧୨୬, ୧୫ ହେକ୍ଟର, ସଦରମହକୁମା ରାୟଗଡ଼ାରେ ୧୭୫୪୫.୭୦ ହେକ୍ଟର ଜମିର କିସମ ପରିବର୍ତ୍ତନ କରାଯାଇଛି। ଜିଲାରେ ୬ ଗ୍ର।ଫାଇଟ, ୮ ବକ୍ସାଇଟ୍‌, ୯ ମାଙ୍ଗାନିଜ୍‌‌ ଓ ଗୋଟିଏ ଚିନାମାଟି ଖଣି ପାଇଁ ୪୦୦୧ ହେକ୍ଟର ଚାଷଜମି ଲୀନ ହୋଇଛି। ମାଣ୍ଡିଆ ଚାଷ ତଥା କ୍ଷୁଦ୍ରଶସ୍ୟ ଚାଷକୁ ଆଗକୁ ବଢ଼ାଇବା ନେଇ କୃଷି ବିଭାଗ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ବେଳେ ଜମି ଅଭାବରୁ ଆବଶ୍ୟକୀୟ ଉତ୍ପାଦନ ହୋଇପାରୁ ନାହିଁ। ଫଳରେ ଏହି କ୍ଷେତ୍ରରେ ଜିଲା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରେ ରହିଯାଇଛି। ଖଣି ପାଇଁ କାଶୀପୁର ଅଞ୍ଚଳରେ ଚାଷଜମି ବ୍ୟବହୃତ ହେଉଛି। ଅନ୍ୟ ଅଞ୍ଚଳର ତଥ୍ୟ ନାହିଁ ବୋଲି ଜିଲା ଆଞ୍ଚଳିକ ଖଣି ଅଧିକାରୀ ତନ୍ମୟ ପରିଡ଼ା କହିଛନ୍ତି। ଖଣି ପାଇଁ ଚାଷଜମି ବ୍ୟବହୃତ ହୋଇଛି ସତ, କିନ୍ତୁ କେଉଁଠି କେତେ ପରିମାଣରେ ହୋଇଛି ସଠିକ ତଥ୍ୟ ନାହିଁ ବୋଲି କହିଛନ୍ତି ଅତିରିକ୍ତ କୃଷି ଅଧିକାରୀ ଶେଖ୍ ଏହସନ।

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories