www.samajalive.in
Wednesday, December 10, 2025
16.1 C
Bhubaneswar

ଅଭିନନ୍ଦନଙ୍କ ମେରୁଦଣ୍ଡ ନିମ୍ନାଂଶରେ ଆଘାତ

ନୂଆଦିଲ୍ଲୀ : ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ କି ଅବସ୍ଥା ଭୋଗିଥିଲେ ସେ ସମ୍ପର୍କିତ ଖବର ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଶନିବାର କହିଥିଲେ; କିନ୍ତୁ ପରେ ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର ପଞ୍ଜରା ହାଡ଼ ଓ ମେରୁଦଣ୍ଡର ନିମ୍ନ ଭାଗରେ ଗଭୀର ଆଘାତ ଲାଗିଛି। ଆକ୍ରମଣରେ ଏଭଳି ଅବସ୍ଥା ହୋଇଥିବା ଏମ୍‌ଆରଆଇ ସ୍କାନ୍‌ ରିପୋର୍ଟରୁ ଜଣାପଡ଼ିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିବ ବୋଲି ସ୍ଥାନୀୟ ସେନା ଆରଆର ହସ୍ପିଟାଲ ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ ଯେ ପାକ୍‌ ଅଧିକୃତ କାଶ୍ମୀର ଅଞ୍ଚଳରେ ସେ ଆକାଶଛତା (ପାରାଚୁଟ୍‌) ସାହାଯ୍ୟରେ ଅବତରଣ କରିବା ପରେ ସ୍ଥାନୀୟ ପାକିସ୍ତାନୀ ତାଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଙ୍କ କହିବାନୁଯାୟୀ, ଅଭିନନ୍ଦନଙ୍କ ଶରୀରରେ ଅନ୍ୟ କୌଣସି ଗୁରୁତର ଆଘାତ ନାହିଁ; ତେବେ ଆଉ କିଛି ପରୀକ୍ଷା ନିରୀକ୍ଷା କରାଯିବ। ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କାର୍ଯ୍ୟରେ ଯୋଗଦେବାର ଅନୁମତି ମିଳିବ ବୋଲି ଡାକ୍ତର କହିଛନ୍ତି। ଅପରପକ୍ଷରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଭିନନ୍ଦନଙ୍କୁ ପଚରାଉଚରା ଜାରି ରହିଛି। ବିଶେଷ କରି ବାୟୁସେନାର ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ତାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା ଚଳାଇଛନ୍ତି। ଗତକାଲି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରଣମ ଅଭିନନ୍ଦନଙ୍କୁ ହସ୍ପିଟାଲରେ ଭେଟିଥିବାବେଳେ ଆଜି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍‌ରେ ଏହି ବୀର ପାଇଲଟ୍‌ଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଅଭିନନ୍ଦନଙ୍କର ଆଉ କିଛି ଦିନ ଚିକିତ୍ସା ଚାଲିବ ବୋଲି ଜଣାପଡ଼ିଛି।
କକ୍‌ପିଟକୁ ଫେରିବାକୁ ଚାହୁଁଛି: ଅଭିନନ୍ଦନ
ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଖୁବଶୀଘ୍ର ତାଙ୍କ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରବିବାର ଅଭିନନ୍ଦନ ବାୟୁସେନା ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଯଥା ସମ୍ଭବ ଶୀଘ୍ର ସେ ବିମାନ କକ୍‌ପିଟ୍‌କୁ ଫେରିବାକୁ ଚାହାନ୍ତି। ବାୟୁସେନାର ବରିଷ୍ଠ କମାଣ୍ଡର ଓ ଡାକ୍ତରଙ୍କୁ ସେ ଏ କଥା କହିଛନ୍ତି। ବୁଧବାର ଅଭିନନ୍ଦନ ପାକିସ୍ତାନର ଯୁଦ୍ଧବିମାନ ଏଫ-୧୬କୁ ନିଶାଣ କରି ମିଶାଇଲ ଯୋଗେ ଉଡାଇ ଦେବା ସହ ତାଙ୍କ ମିଗ୍-୨୧ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେ ପାରାଚୁଟ୍‌ରେ ଅବତରଣ କରିଥିଲେ।
ତାଙ୍କ ପାରାଚୁଟ ପାକିସ୍ତାନ ମାଟିରେ ଖସିବାରୁ ପାକିସ୍ତାନ ସେନା ତାଙ୍କୁ ଗିରଫ କରି ନେଇଥିଲା। ଶୁକ୍ରବାର ପାକିସ୍ତାନ ସେନା ତାଙ୍କୁ ଭାରତ ଫେରାଇ ଦେଇଥିଲା। ପାରାଚୁଟ୍‌ରୁ ଅବତରଣ ପରେ ଅଭିନନ୍ଦନଙ୍କୁ ମାଡ ମାରି ଲହୁଲୁହାଣ କରାଯାଇଥିବାବେଳେ ପାକିସ୍ତାନ ସେନା ତାଙ୍କୁ କଠୋର ମାନସିକ ନିର୍ଯାତନା ଦେଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories