www.samajalive.in
Friday, December 5, 2025
27.1 C
Bhubaneswar

କାର ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଖରିଆର ୪୨ନଂ ରାଜ୍ୟ ରାଜପଥ, ବଙ୍ଗୋମୁଣ୍ଡା ସରାଫ ଢ଼ାବା ନିକଟରେ ଏକ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଓଗାଁ ଥାନା ବେଲାରପାଲି ଗାଁର ପୂର୍ଣ୍ଣଚନ୍ଦ୍ର ନନ୍ଦ।

ସୂଚନା ଅନୁସାରେ, ପୂର୍ଣ୍ଣଚନ୍ଦ୍ର ଏକ ପିକଅପ ଭ୍ୟାନ ଚଳାଉଥିଲେ। ସେ ଉକ୍ତ ଭ୍ୟାନରେ ଔଷଧ ବିତରଣ ପାଇଁ ନେଉଥିବାବେଳେ ଗାଡି ଅଟକାଇ ଗାଡି ପଛପଟେ ପରିସ୍ରା କରୁଥିଲେ। ଏହି ସମୟରେ ଏକ କାର ଦ୍ରୁତଗତିରେ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ଧକ୍କା ଦେଇଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ଗୋଡ଼ କଟିଯାଇଥିଲା। ଗୁରୁତର ଅବସ୍ଥାରେ ବଙ୍ଗୋମୁଣ୍ଡା ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ପୁଲିସ ଉଭୟ ଗାଡିକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇବରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories