ଡେସ୍କ: ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପରେ, ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ୭ ରନରେ ବାଂଲାଦେଶ ମହିଳା ଦଳକୁ ପରାସ୍ତ କରିଛି। ଶ୍ରୀଲଙ୍କା ମହିଳା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୮ ଓଭର ୪ଟି ବଲରେ ଶ୍ରୀଲଙ୍କା ସମସ୍ତ ୱିକେଟ୍ ହରାଇ ୨୦୨ ରନ୍ କରିଥିଲା।
୨୦୩ ରନର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଅଙ୍କ ତାଲିକାରେ ୯ ପଏଣ୍ଟ ସହ ଅଷ୍ଟ୍ରେଲିଆ ଶୀର୍ଷରେ ଥିବା ବେଳେ ୯ ପଏଣ୍ଟ ସହ ଇଂଲଣ୍ଡ ଦ୍ଵିତୀୟ, ୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ତୃତୀୟ, ୪ ପଏଣ୍ଟ ସହ ଭାରତ ଚତୁର୍ଥ, ନ୍ୟୁଜିଲାଣ୍ଡ ପଞ୍ଚମ, ଶ୍ରୀଲଙ୍କା ଷଷ୍ଠ ଓ ୨ ପଏଣ୍ଟ ସହ ବାଂଲାଦେଶ ସପ୍ତମ ଓ ପାକିସ୍ତାନ ଅଷ୍ଟମ ସ୍ଥାନରେ ରହିଛି।



