www.samajalive.in
Friday, December 5, 2025
27.1 C
Bhubaneswar

୮୪ ବର୍ଷ ବୟସରେ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଆସରାନିଙ୍କ ପରଲୋକ

ଡେସ୍କ: ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ଆଜି (ସୋମବାର) ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିଲେ। ଆଶରାନିଙ୍କ ଭଣଜା ଅଶୋକ ଆସରାନି କହିଛନ୍ତି ଯେ ଅପରାହ୍ନ ୪ଟା ସମୟରେ ଅଭିନେତା ଗୋବର୍ଦ୍ଧନ ଆସରାନି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକା ପାଇଁ ସେ ଘରେ ଘରେ ପରିଚିତି ଲାଭ କରିଥିଲେ। ସେ ଭୁଲ ଭୁଲୈୟା, ଧମାଲ ଏବଂ ବଣ୍ଟି ଔର ବବଲି ୨ ଭଳି ହିଟ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।

ମୂଳତଃ ରାଜସ୍ଥାନର ଜୟପୁରରୁ ଆସିଥିବା ଆସ୍ରାନି ଭାରତୀୟ ସିନେମାରେ ଏକ ଉଲ୍ଲେଖନୀୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ହିନ୍ଦୀ ସିନେମାରେ, ବିଶେଷକରି କମେଡି ସିନେମାରେ ତାଙ୍କର ଗଭୀର ଅବଦାନ ଥିଲା।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories