www.samajalive.in
Friday, December 5, 2025
23.1 C
Bhubaneswar

ଓଇଏସ୍ ପରିବେଶ ପୁରସ୍କାର ଘୋଷିତ

ଭୁବନେଶ୍ୱର: ଓଡ଼ିଶା ପରିବେଶ ସମିତି (ଓଇଏସ୍) ଚଳିତ ଅକ୍ଟୋବର ମାସ ୨୫ରେ ଏହାର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କେତେକ ବିଶିଷ୍ଠ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରିବ। ଓଇଏସ୍‌ର କାର୍ଯ୍ୟନିର୍ବାହୀ କମିଟି ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ନିଷ୍ପତ୍ତି ଅନୁଯାୟୀ, ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ (ବର୍ତ୍ତମାନର ଓୟୁଟିଆର୍)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବି ସୀତାରାମ ପାତ୍ରଙ୍କୁ ତାଙ୍କର ସାମଗ୍ରିକ ଅବଦାନ ନିମନ୍ତେ ‘ଆଜୀବନ କୃତି ପୁରସ୍କାର’ ପ୍ରଦାନ କରାଯିବ। ଭାରତ ସରକାରଙ୍କର ପାଣିପାଗ ବିଭାଗ ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ତଥା ଅଧୁନା ସୋଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡ. ଶରତ ଚନ୍ଦ୍ର ସାହୁ ‘ପରିବେଶ ଉତ୍କର୍ଷତା ପୁରସ୍କାର’ରେ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ବରିଷ୍ଠ ଶିକ୍ଷା ଅଧିକାରୀ ଏବଂ ବିଜ୍ଞାନ ଲେଖକ ନିକୁଞ୍ଜ ବିହାରୀ ସାହୁ ‘ଜନପ୍ରିୟ ପରିବେଶ ଏବଂ ବିଜ୍ଞାନ ପୁରସ୍କାର’ରେ ଭୂଷିତ ହେବେ। ସେହିପରି ପ୍ରମେୟ ଖବରକାଗଜର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ‘ପରିବେଶ ସମ୍ବାଦରେ ଉତ୍କର୍ଷତା ପୁରସ୍କାର’ ଏବଂ ଜଗତସିଂହପୁରସ୍ଥ ଇନସାଫ୍ ସଂସ୍ଥାର ବୈଷୟିକ ଉପଦେଷ୍ଠା ଉତ୍କଳ ରଞ୍ଜନ ମହାନ୍ତିଙ୍କୁ ‘ପ୍ରକୃତି ସଂରକ୍ଷଣ ପୁରସ୍କାର’ ପ୍ରଦାନ କରାଯିବ। ସମିତି ପକ୍ଷରୁ ମଧ୍ୟ ‘ଓଇଏସ୍ ଫେଲୋ’ ଉପାଧି ଏବଂ ‘ଓଇଏସ୍ ପୃଷ୍ଠପୋଷକ’ ମାନ୍ୟତା ପ୍ରଦାନ କରାଯିବ। ଏହି ଅବସରରେ ଓଇଏସ୍‌ର ପାଞ୍ଚ ଜଣ ବରିଷ୍ଠ ଆଜୀବନ ସଦସ୍ୟଙ୍କୁ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପୋଲିସ ଡିଜି ଏବଂ ଓପିଏସ୍‌ସି ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ଯୋଗଦାନ କରିବେ ଏବଂ ୟୁଏନଡ଼ିପିର ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ଆଭା ମିଶ୍ର ମୁଖ୍ୟବକ୍ତା ରୂପେ ‘ପ୍ରସନ୍ନ କୁମାର ଦାଶ ସ୍ମାରକୀ ବକ୍ତୃତା’ ପ୍ରଦାନ କରିବେ। ଓଇଏସ୍‌ର କାର୍ଯ୍ୟକାରୀ ସଭାପତି ଡ଼. ଜୟକୃଷ୍ଣ ପାଣିଗ୍ରାହୀ ଏବଂ ସମ୍ପାଦକ ଇଂ ମନୋରଞ୍ଜନ ମିଶ୍ର ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories