www.samajalive.in
Friday, December 5, 2025
23.1 C
Bhubaneswar

ପ୍ରାକୃତିକ କୃଷି ସଚେତନତା କର୍ମଶାଳା ଆୟୋଜିତ

ଜି ଉଦୟଗିରି: ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସ୍ୱାତୀର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଜି ଉଦୟଗିରି ସ୍ଥିତ ସ୍ୱାତୀ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷିର ପ୍ରସାର ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀକୁ ଆଂଚଳିକ ପରିଷଦରେ ପ୍ରମାଣିତ କରାଇବା ନିମନ୍ତେ ଚୟନ କରାଯାଇଛି। ଏହି ପରିପ୍ରେକ୍ଷିରେ ଅନୁଷ୍ଠାନ ତରଫରୁ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ରାଇକିଆ ଓ ଟିକାବାଲିର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସେମାନଙ୍କ ଦ୍ୱାରା ପରିଚାଳିତ କୃଷକ ସଂଗଠନ ଗୁଡିକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥି ସହିତ କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଙ୍ଘର ନୂତନ ନିର୍ବାଚିତ ଆବାହାକ ତଥା କାର୍ଯ୍ୟନିର୍ବାହୀ ସଂପାଦକ ପ୍ରଦିପ କୁମାର ଦାଶଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାତୀ ଅନୁଷ୍ଠାନର ଅଧକ୍ଷ୍ୟ ପ୍ରଶାନ୍ତ ସତପଥୀଙ୍କ ଦ୍ୱାରା ଜି.ଉଦୟଗିରି ସାମ୍ବାଦିକ ମହାସଙ୍ଘର ସଭାପତି ରାମକୃଷ୍ଣ ଚୌଧୁରୀଙ୍କୁ ଉଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଫୁଲ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories