www.samajalive.in
Friday, December 5, 2025
23.1 C
Bhubaneswar

ପଞ୍ଚକୋଷାତ୍ମକ ଶିକ୍ଷା ଦ୍ବାରା ବ୍ୟକ୍ତିର ଜୀବନ-ପ୍ରଣାଳୀରେ ବିକାଶ ସମ୍ଭବ

କଟକ: ଏକ ବିକଶିତ ବ୍ୟକ୍ତିତ୍ଵ ହିଁ ରାଷ୍ଟ୍ର ପ୍ରତି ସମର୍ପିତ ହୋଇଥାଏ। ପରିବାର, ସମାଜ, ରାଷ୍ଟ୍ର ଓ ବିଶ୍ୱ ସହ ନିଜକୁ ଯୋଡ଼ି ପାରିଲେ ବ୍ୟକ୍ତିର ସମଗ୍ର ବିକାଶରେ ନିରନ୍ତରତା ଆସିପାରିବ। ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରିତ ପଞ୍ଚକୋଷାତ୍ମକ ଶିକ୍ଷା ଦ୍ବାରା ବ୍ୟକ୍ତିର ଜୀବନ ପ୍ରଣାଳୀରେ ବିକାଶ ହେବ ଏବଂ ଏହା ବ୍ୟକ୍ତି ଜୀବନକୁ ସମର୍ଥ ଓ ସୁପ୍ରତିଷ୍ଠିତ କରିପାରିବ ବୋଲି ବିଶିଷ୍ଟ ସଂସ୍କୃତବିତ ତଥା ରାଜ୍ୟ ବିଦ୍ୟାଳୟ ପାଠ୍ୟକ୍ରମ ପ୍ରାରୂପ ସମିତି ସଦସ୍ୟ ଡଃ ଗୋପାଳ ପ୍ରସାଦ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ‘ପଞ୍ଚକୋଷାତ୍ମକ ସମଗ୍ର ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଥିଲେ। ଡକ୍ଟର ବି ସି ଦାସ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସୁଦର୍ଶନ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶେଷ ଅତିଥି ଭାବେ ପ୍ରଫେସର ଶିବବ୍ରତ ଦାସ ଏବଂ ରାଜ୍ୟ ବିଦ୍ୟାଳୟ ପାଠ୍ୟକ୍ରମ ପ୍ରାରୂପ ସମିତି ସଦସ୍ୟ ଡଃ କିଶୋର ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ପ୍ରଫେସର ଶରତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଏଡ ବିଦ୍ୟାର୍ଥୀମାନଙ୍କ ଦ୍ବାରା ଦୀପ- ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଡକ୍ଟର ତନୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories