www.samajalive.in
Friday, December 5, 2025
23.1 C
Bhubaneswar

ଯାତ୍ରୀବାହୀ ବସ – ବାଇକ ଧକ୍କା, ୨ ବାଇକ ଆରୋହୀ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଅଖାପଲାଣ ଛକ ନିକଟରେ ଯାତ୍ରୀବାହୀ ବସ୍ ସହ ବାଇକ୍ ଧକ୍କା ହେବାରୁ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶିବା ନାମକ ଯାତ୍ରୀବାହୀ ବସ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବାଇକ ସହିତ ଧକ୍କା ହୋଇଥିଲା। ଗୁରୁତରଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାରେ କରଞ୍ଜିଆରୁ ଯାତ୍ରୀ ନେଇ ବସ ଭୁବନେଶ୍ୱର ଯାଉଥିବା ବେଳେ ଅଖାପଲାଣ ଛକରେ ଦୁର୍ଘଟଣା ଘଟିଥିଲା। ହାତୀଗୋଡ଼ା ଗ୍ରାମପଞ୍ଚାୟତ ଅସନକୁଦର ଗ୍ରାମର ଗୁରୁଚରଣ ମାହାଲି ଓ ଫାଗୁ ମାହାଲି ଗ୍ରାମରୁ ବାଇକ ଯୋଗେ ୨ ଜଣ କେନ୍ଦୁଜିଆଣି ହାଟକୁ ଘୁଷୁରୀ ମାଂସ ବିକ୍ରି କରିବାକୁ ଯାଉଥିଲେ। ଅଖାପଲଣ ଛକରୁ ମୁଖ୍ୟ ରାସ୍ତାକୁ ବାଇକ ଯିବା ବେଳେ କରଞ୍ଜିଆରୁ ଆସୁଥିବା ଶିବା ବସ ସମ୍ମୁଖରେ ବାଇକ ଆସି ଧକ୍କା ହୋଇଥିଲା। ଫଳରେ ବାଇକଟି ବସ ଚକରେ ଲାଗି ଯିବା ବେଳେ ବାଇକ ଆରୋହି ଦୁଇ ଜଣ ଛିଟିକି ପଡ଼ିଥିଲେ। ବସ ଡ୍ରାଇଭର ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଅଖାପଲାଣ ଛକର ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନରେ ଯାଇ ଧକ୍କା ଦେଇଥିଲା। ଜଳଖିଆ ଦୋକାନ ପାଖରେ ଥିବା ଗ୍ରାହକ ମାନେ ଦୌଡ଼ି ପଳାଇଯାଇ ଏଥିରୁ ବର୍ତ୍ତି ଯାଇଥିଲେ। ଜଳଖିଆ ଦୋକାନୀ ଏଥିରେ ଆହତ ହୋଇଥିବା ବେଳେ ବସ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories