www.samajalive.in
Saturday, December 6, 2025
26.1 C
Bhubaneswar

ଭୁଶୁଡୁଛି ଲାଲଗଡ: ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ନୂଆଦିଲ୍ଲୀ: ଆଜି ଛତିଶଗଡ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ୨୦୮ ନକ୍ସଲ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୧୫୩ଟି ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ମାଓବାଦୀ । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ମାଓବାଦୀ ମାନେ ଗ୍ରହଣ କରି ଆତ୍ମସମର୍ପଣ କରୁଛନ୍ତି ।

ଦଣ୍ଡକାରଣ୍ୟ ଡିଭିଜନ ସଦସ୍ୟ ଭାସ୍କର ସହ ସାଥୀ ନକ୍ସଲମାନେ ଆତ୍ମସମର୍ପଣ ପାଇଁ ନଦୀ ଜଙ୍ଗଲ ରାସ୍ତା ପାର ହୋଇ ପହଞ୍ଚିଥିଲେ । ଇନ୍ଦ୍ରାବତୀ ଡିଭିଜନ ଓ ମାଡ ଡିଭିଜନର ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଓ ବିଏସଏଫ୍‍ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories