ସମାଜ ଡିଜିଟାଲ ଡେସ୍କ: ଜୟ ଢୋଲକିଆଙ୍କ ଘରେ କଳାହାଣ୍ଡି ଜିଲାର ବିଜେଡିର ଟାଣୁଆ ନେତା ଲମ୍ବୋଧର ନିଆଲ । ଜୟଙ୍କ ଘରେ ୧ଘଣ୍ଟା ଧରି ଲମ୍ବୋଧର ଆଲୋଚନା କରିଥିବା ସୂଚନା ମିଳିଛି । ଲମ୍ବୋଧରଙ୍କ ସହ କୋମନା ବ୍ଲକର ବିଜେଡି ସଭାପତି ମଧ୍ୟ ଜୟଙ୍କ ସହ ଆଲୋଚନା କରିଛନ୍ତି । କୁହାଯାଉଛି ଯେ ଏମାନେ ସମସ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ଦଳରେ ସାମିଲ ହୋଇପାରନ୍ତି ।
ନୂଆପଡାରେ ବିଜେଡିକୂ ଆଉ ଏକ ଶକ୍ତ ଝଟକା ଲାଗିବାକୁ ଯାଉଛି । କାରଣ ବିଜେପି ଦଳରେ ଆଜି ଅନେକ ବିଜେଡି କର୍ମୀ ଓ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ବିଜେପି ନୂଆପଡାରେ ଆହୁରି ଶସକ୍ତ ହେବ ବୋଲି କୁହାଯାଉଛି ।



