www.samajalive.in
Monday, December 8, 2025
27.1 C
Bhubaneswar

ମହାଶିବରାତ୍ରିରେ ଏହି ଫୁଲ ଅର୍ପଣ କରନ୍ତୁ ନାହିଁ; କ୍ରୋଧିତ ହୋଇଥାନ୍ତି ମହାଦେବ

ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରି ବ୍ରତ ବହୁତ ମହତ୍ତ୍ବପୂର୍ଣ୍ଣ । ଚଳିତବର୍ଷ ମହାଶିବରାତ୍ରିର ପବିତ୍ର ପର୍ବ ମାର୍ଚ୍ଚ ୪ ଅର୍ଥାତ୍ ଆସନ୍ତା କାଲି ପାଳନ କରାଯିବ । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଆରାଧନ କରିବା ଦ୍ବାରା ସମସ୍ତ ଦୋଷ ଓ ଗ୍ରହର ଦୁଃପ୍ରଭାବରୁ ମୁକ୍ତି ମିଳିଥାଏ । ମହାଦେବଙ୍କ କୃପାରୁ ଜୀବନରେ ସୁଖ ଓ ସମୃଦ୍ଧିର ବୃଦ୍ଧି ଘଟିଥାଏ । ଏହି ଦିନ ମହାଦେବଙ୍କୁ ପ୍ରସନ୍ନ କରିବା ପୂର୍ବରୁ ଜାଣି ରଖନ୍ତୁ କେଉଁ ସାମଗ୍ରୀ ମହାଦେବଙ୍କୁ ଅର୍ପଣ କରିବେ ଏବଂ କେଉଁଟା ଅର୍ପଣ କରିବେ ନାହିଁ ।

ମହାଶିବରାତ୍ରି ଦିନ ଯେକୌଣସି ପବିତ୍ର ନଦୀ ଜଳରେ ଅଭିଷେକ କରାଇ ପୁଷ୍ପ ଅର୍ପଣ କରିବା ଦ୍ବାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇ ବରଦାନ କରିଥାଆନ୍ତି । ଆମ ସମସ୍ତଙ୍କୁ ଜଣା ଯେ ଭଗବାନ ଶିବ ଧଳା ରଙ୍ଗର ଫୁଲକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଧଳା ରଙ୍ଗର ସବୁ ଫୁଲ ତାଙ୍କୁ ଅର୍ପଣ କରାଯାଏ ନାହିଁ।

- Advertisement -

ମହାଦେବ ଏହି ଫୁଷ୍ପକୁ ତ୍ୟାଗ କରିଛନ୍ତି

ଭଗବାନ ଶିବଙ୍କ ପୂଜାରେ ଭୁଲରେ ମଧ୍ୟ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ । କାରଣ ମହାଦେବ ନିଜ ପୂଜାରେ ଏହି ଫୁଲକୁ ବର୍ଜନ କରିଛନ୍ତି । ପୌରାଣିକ କଥା ଅନୁଯାୟୀ, ଏକଦା ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ ବିବାଦ ଉପୁଜିଥିଲା । ଉଭୟ ନିଜକୁ ଶ୍ରେଷ୍ଠ ବୋଲି କହିଥିଲେ । ଗୋଟିଏ ପଟରେ ବ୍ରହ୍ମା ସୃଷ୍ଟିର ରଚନା କର୍ତ୍ତା ହୋଇଥିବାରୁ ନିଜକୁ ଶ୍ରେଷ୍ଠ ବୋଲି କହୁଥିବା ବେଳେ ଅପର ପକ୍ଷରେ ସୃଷ୍ଟିର ପାଳନ କର୍ତ୍ତା ଭାବରେ ଭଗବାନ ବିଷ୍ଣୁ ନିଜକୁ ଶ୍ରେଷ୍ଠ ବୋଲି କହିଥିଲେ । ବହୁ ସମୟ ଧରି ଏହି ବିବାଦର କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ସେମାନେ ଭଗବାନ ଶିବଙ୍କ ନିକଟରେ ପହଞ୍ଚିଥିଲେ । ଏହାର ସମାଧାନ ପାଇଁ ମହାଦେବ ଏକ ଶିବଲିଙ୍ଗ ପ୍ରକଟ କରି ଏହାର ଆଦି ଓ ଅନ୍ତ ଖୋଜି ବାହାର କରିବାକୁ କହିଥିଲେ । ଯିଏ ଏହି ପ୍ରଶ୍ନର ଉତ୍ତର  ଖୋଜି ବାହାର କରିବ ସେ ଶ୍ରେଷ୍ଠ ବୋଲି ମହାଦେବ କହିଥିଲେ । ଭଗବାନ ବିଷ୍ଣୁ ଓ ବ୍ରହ୍ମା ଏହାର ସଠିକ୍ ଉତ୍ତର ଖୋଜି ବାହାର କରିବାରେ ଅସଫଳ ହେଲେ । କିନ୍ତୁ ବ୍ରହ୍ମା ଭଗବାନ ଶିବଙ୍କ ନିକଟରେ ମିଛ କହିଥିଲେ ଯେ, ସେ ଶିବଲିଙ୍ଗର ଅନ୍ତ ଖୋଜି ପାଇଛନ୍ତି । ଏହି ମିଛରେ ବ୍ରହ୍ମା କେତକୀ ଫୁଲର ବୃକ୍ଷକୁ ସାକ୍ଷୀ ରୂପରେ ହାଜର କରିଥିଲେ । କେତକୀ ଫୁଲର ବୃକ୍ଷ ମଧ୍ୟ ବ୍ରହ୍ମାଙ୍କ ସପକ୍ଷରେ ମିଥ୍ୟା ବୟାନ ଦେଇଥିଲେ । ଏଥିରେ ଭଗବାନ ଶିବ କ୍ରୋଧିତ ହୋଇ ବ୍ରହ୍ମାଙ୍କ ଏକ ସିର ଛେଦନ ଦେଇଥିଲେ, ଯେଉଁଥିରେ ବ୍ରହ୍ମା ମିଛ କହିଥିଲେ । ଏହା ସହ ଭଗବାନ ଶିବ କେତକୀ ଫୁଲକୁ ନିଜ ପୂଜାରୁ ବର୍ଜନ କରିଥିଲେ । ଏହା ସହ ଅଭିଶାପ ମଧ୍ୟ ଦେଇଥିଲେ ଯେ, ଯେଉଁ ବ୍ୟକ୍ତି ଶିବଲିଙ୍ଗରେ କେତକୀ ଫୁଲକ ଅର୍ପଣ କରିବ ତାର ସର୍ବନାଶ ହେବ । ଏଥିପାଇଁ ସେହି ବ୍ୟକ୍ତି ନିଜେ ହିଁ ଦାୟୀ ହେବ ।

ମହାଶିବରାତ୍ରି ଦିନ କେବଳ କେତକୀ ଫୁଲ ଅର୍ପଣ କରାଯାଏ ନାହିଁ ତାହା ନୁହେଁ, ଆହୁରି ଅନେକ ସାମଗ୍ରୀ ରହିଛି ଯାହାକୁ ନିଷେଦ୍ଧ କରାଯାଇଛି । ଏହି ପୂଜା କରିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଅନୁଚିତ୍ । ମାନ୍ୟତା ଅନୁଯାୟୀ ଭଗବାନ ଶିବ କଳା ରଙ୍ଗକୁ ପସନ୍ଦ କରନ୍ତି ନାହିଁ । ସେହିପରି ଶିବ ପୂଜାରେ ଶଙ୍ଖରେ ଜଳ ଓ ତୁଳସୀ ଅର୍ପଣ କରିବା ନିଷେଦ୍ଧ ଅଟେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories