www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ବ୍ରହ୍ମପୁର : ବ୍ରହ୍ମପୁରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖଲ୍ଲିକୋଟ ଷ୍ଟାଡ଼ିୟମ ଠାରେ ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି-ବ୍ରହ୍ମପୁର ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହା ସହ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୬ଟି ଉଦଘାଟନ ମଧ୍ୟ କରିଛନ୍ତି।
ଏହା ସହ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ମଧ୍ୟ ଦେଇଛନ୍ତି। ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନଙ୍କ ସୁପାରିଶ ଅନୁସାରେ ଦରମା ମିଳିବ ବୋଲି ଖଲ୍ଲିକୋଟ ଷ୍ଟାଡ଼ିୟମରେ ଆୟୋଜିତ ଜନସମାବେଶରେ କହିଛନ୍ତି।
ବିଭିନ୍ନ ୱାର୍ଡ଼ ପାଇଁ ପ୍ରଯୁଜ୍ୟ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୩୧, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଏବଂ ଚତୁର୍ଥ ପର୍ଯ୍ୟାୟ ମେ ୩୧,୨୦୧୯ ସୁଦ୍ଧା ଶେଷ ହେବ। ଏହା ଯୋଗୁ ସହରାଞ୍ଚଳର ୩.୭୦ ଲକ୍ଷ ଏବଂ ଗ୍ରାମାଞ୍ଚଳର ୧.୩୧ ଲକ୍ଷ ଜନସାଧାରଣ ଉପକୃତ ହେବେ। ୧୬ ଟି ଗ୍ରାମପଞ୍ଚାୟତର ୫୩ଟି ଗାଁ ଏହା ଦ୍ୱାରା ଉପକୃତ ହେବେ ବୋଲି ଜଣାପଡ଼ିଛି।
ଏହା ଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ , ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories