ସମ୍ବଲପୁର : ତାମିଲନାଡୁରେ କଫ ସିରଫ ପିଇ କିଛି ଛୁଆଙ୍କ ମୃତ୍ୟୁ ପରେ ପୋଲିସ ସଜାଗ ହୋଇଯାଇଛି । ଆଜି ସମ୍ବଲପୁର ପୁଲିସ ଏକ ବଡ଼ ଧରଣର ଚଢାଉ କରି ୫ ହଜ଼ାର କଫ ସିରଫ ସହ ୨୦ ଜଣଙ୍କୁ ଧରିବାରେ ସଫଳ ହୋଇଛି । ୫୧୦୦ ବୋତଲ କୋରେକ୍ସ ବରେଇପାଲି ପୋଲିସ ଜବତ କରି ୨୦ ଜଣଙ୍କୁ ଗିରଫ କରିଛି ପୁଲିସ । କଟକରୁ ସମ୍ବଲପୁରକୁ ପିକଅପରେ ଏହି ସବୁ କୋରେକ୍ସ ଆସିଥିବାବେଳେ ପୁଲିସ ପିକଅପ ସହ କୋରେକ୍ସ ସବୁ ଧରିବାରେ ସଫଳ ହୋଇଛି । ତେବେ ପିକଅପ ଭ୍ୟାନକୁ ଗୋଟିଏ କାର୍ ଏସକର୍ଟ ଦେଉଥିବାବେଳେ କାର୍ ମଧ୍ୟ ଜବତ ହୋଇଛି । ଗିରଫ ୨୦ ଜଣଙ୍କ ମଧ୍ୟରୁ ୫ଜଣ ବ୍ୟକ୍ତି ମୁଖ୍ୟ କାର୍ପଟଦାର ବୋଲି ସମ୍ବଲପୁର ଏସପି କହିଛନ୍ତି ।
ତେବେ କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି । ଜବତ କଫ ସିରଫର ମୂଲ୍ୟ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ମୋଟ କଫ ସିରଫ ସହ ଧରାଯାଇଥିବା ଗାଡିର ମୂଲ୍ୟ ପ୍ରାୟ ୧୫ ଲକ୍ଷ ହେବ ବୋଲି ଏସପି କହିଛନ୍ତି ।



