www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ହୋଇପାରେ ବିଜେଡ଼ିର ପ୍ରାର୍ଥୀ ଘୋଷଣା: ଚୁଡାନ୍ତ ନିଷ୍ପତ୍ତି ହୋଇଛି, କେବଳ ଘୋଷଣା ବାକି

ନୂଆପଡା: ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଜୟ ଢୋଲକିଆ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଲା ପରେ ବିଜେଡି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରାର୍ଥୀ କାହାକୁ କରିବେ ସେ ନେଇ ବିଜେଡ଼ିର ତୁଙ୍ଗ ନେତା ନୂଆପଡାରେ ଡେରା ପକାଇଛନ୍ତି। ତେବେ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନାଁରେ ମୋହର ମରାହେବ ବୋଲି ଚୂଡ଼ାନ୍ତ ହୋଇଥିବା ଜଣାପଡୁଛି।
ମନୋଜ ମିଶ୍ର ବିଜେଡି ପ୍ରାର୍ଥୀ ହୋଇପାରନ୍ତି । ଏନେଇ ଦଳରେ ଚୁଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ  କେବଳ ଘୋଷଣା ବାକି ରହିଛି ବୋଲି ସୂଚନା ମିଳୁଛି । ନୂଆପଡା ଜିଲାର ପୂର୍ବତନ ସଭାପତି ଥିଲେ ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲା ସଭାପତି ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ଦୁଇ ଥର କୋମନା ବ୍ଲକର ଅଧ୍ୟକ୍ଷ ହୋଇଥିଲେ ମନୋଜ । ଜୟ ଢୋଲକିଆ ବିଜେଡିକୁ ଝଟକା ଦେବା ପରେ ମନୋଜଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories