www.samajalive.in
Thursday, December 11, 2025
16.1 C
Bhubaneswar

୭୦ତମ ଫିଲ୍ମଫେୟାର ପୁରସ୍କାର: କାର୍ତ୍ତିକ-ଅଭିଷେକ ଓ ଆଲିୟା ଶ୍ରେଷ୍ଠ, ସାଉଣ୍ଡ ଡିଜାଇନ୍‌ରେ ସୁବାଷ ସାହୁ ପୁରସ୍କୃତ

ନୂଆଦିଲ୍ଲୀ ୧୩/୧୦/୨୦୧୫ : ଗୁଜରାଟର ଅହମ୍ମଦାବାଦରେ  ଆୟୋଜିତ ହୋଇଛି ୭୦ତମ ଫିଲ୍ମଫେୟାର ପୁରସ୍କାର ସମାରୋହ । ଆତ୍ମଜୀବନୀମୂଳକ ସ୍ପୋର୍ଟସ୍‌ ଡ୍ରାମା ଚନ୍ଦୁ ଚାମ୍ପିଅନ୍‌ରେ ଉତ୍କୃଷ୍ଟ ଅଭିନୟ ଲାଗି କାର୍ତ୍ତିକ ଆର୍ଯ୍ୟନ୍‌ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ଏହା ତାଙ୍କର ପ୍ରଥମ ଫିଲ୍ମଫେୟାର ପୁରସ୍କାର । ଚନ୍ଦୁ ଚାମ୍ପିଅନ୍‌ରେ କାର୍ତ୍ତିକ ପାରାଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀ ମୂରଲୀକାନ୍ତ ପେଟକରଙ୍କ ଭୂମିକା ନିର୍ବାହ କରିଥିଲେ । ସବୁ ବାଧାବିଘ୍ନ ମଧ୍ୟରେ ଦେଶଲାଗି ସ୍ୱର୍ଣ୍ଣପଦକ ଜିତିବାର ପେଟକରଙ୍କ ପ୍ରେରଣାପ୍ରଦ କାହାଣୀକୁ ପରଦାରେ ଆର୍ଯ୍ୟନ୍‌ ନିଖୁଣ ଭାବେ ଫୁଟାଇଥିଲେ ।

ଆଇ ୱାଣ୍ଟ ଟୁ ଟକ୍‌’ ଲାଗି ଅଭିଷେକ ବଚ୍ଚନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇଛନ୍ତି । ଜଣେ କର୍କଟ ରୋଗୀଙ୍କ ଜୀବନୀ ଉପରେ ନିର୍ମିତ ଆଇ ୱାଣ୍ଟ ଟୁ ଟକ୍‌ରେ ଅଭିଷେକ ମୁଖ୍ୟ ଭୂମିକାରେ ଆସିଥିଲେ । ଫିଲ୍ମର କାହାଣୀ ଜଣେ ବାପା ଓ ତାଙ୍କ ଝିଅଙ୍କ ଉପରେ ପର୍ଯ୍ୟବସିତ । କର୍କଟ ଚିହ୍ନଟ ହେବା ପରେ ପିତା-ପୁତ୍ରୀ ଯେଉଁ ଭାବନାତ୍ମକ ସଂଘର୍ଷ ସ୍ଥିତି ଦେଇ ଯାଆନ୍ତି ତାକୁ ଫିଲ୍ମରେ ଚମତ୍କାର ଭାବେ ପ୍ରଦର୍ଶନ କରାଯାଇଛି । ଏହି ଫିଲ୍ମକୁ କ୍ରିଟିକ୍ସ ଚଏସ୍‌ ବର୍ଗରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମଧ୍ୟ ମିଳିଛି । ଜିଗ୍‌ରାରେ ଦମ୍‌ଦାର ଅଭିନୟ ପାଇଁ ଆଲିୟା ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି । ଆକ୍ସନ୍‌ ଥ୍ରିଲର ଜିଗ୍‌ରାରେ ଆଲିୟାଙ୍କୁ ବିଦେଶର ଏକ ଜେଲ୍‌ରେ ବନ୍ଦୀ ଥିବା ନିଜ ଭାଇଙ୍କୁ ଉଦ୍ଧାର କରିବାକୁ ପ୍ରୟାସରତ ଭଉଣୀଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା ।

- Advertisement -

ରବି କିଶନ୍‌ ଓ ଛାୟା କଦମ୍‌ଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି । ଲାପତା ଲେଡିଜ୍‌’ ସେମାନଙ୍କୁ ଏହି ଗୌରବ ଆଣି ଦେଇଛି । ଏହି ସିନେମାଟି ଶ୍ରେଷ୍ଠ ଫିଲ୍ମ ଭାବେ ମଧ୍ୟ ଘୋଷିତ ହୋଇଛି । ଏଥିପାଇଁ କିରନ୍‌ ରାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । କେବଳ ସେତିକି ନୁହେଁଫିଲ୍ମଟି ବିଭିନ୍ନ ବିଭାଗରେ ମୋଟ ୧୩ଟି ପୁରସ୍କାର ପାଇଛି । ସର୍ବାଧିକ ୨୪ଟି ନୋମିନେସନ୍‌ ହାସଲ କରିବାର ରେକର୍ଡ ବି ବନାଇଛି । ସୁବାଷ ସାହୁଙ୍କୁ “କିଲ୍‌‘ ଫିଲ୍ମ ପାଇଁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍‌ ପୁରସ୍କାର ମିଳିଛି । ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ପୁରସ୍କାର ଜିତିଛନ୍ତି ଲକ୍ଷ୍ୟ ଲାଲୱାନି । ତାଙ୍କୁ କିଲ୍‌’ ଫିଲ୍ମ ପାଇଁ ଏହି ପୁରସ୍କାର ମିଳିଛି । ଲାପତା ଲେଡିଜ୍‌’ ଲାଗି ନିତାଂଶୀ ଗୋୟଲ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । କୁନାଲ ଖେମୁ(ମଡ୍‌ଗାଓଁ ଏକ୍ସପ୍ରେସ) ଓ ଆଦିତ୍ୟ ସୁହାସ ଜାମ୍ଭଲେ(ଆର୍ଟିକିଲ୍‌-୩୭୦) ଙ୍କୁ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ମିଳିଛି । ସ୍ନେହା ଦେଶାଇ ଲାପତା ଲେଡିଜ୍‌’ ପାଇଁ ଶ୍ରେଷ୍ଠ ଡାଇଲଗ୍‌ ଓ ପଟ୍ଟକଥା ପୁରସ୍କାର ପାଇଛନ୍ତି । ରାମ ସମ୍ପତଙ୍କୁ ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌ ଓ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ପୁରସ୍କାର ମିଳିଛି । ଅରିଜିତ୍‌ ସିଂହ ଓ ମଧୁବନ୍ତୀ ବାଗ୍‌ଚୀ ଯଥାକ୍ରମେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଓ ଗାୟିକା ପୁରସ୍କାର ପାଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories