ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନର ୬ନଂ ପ୍ଲାଟ୍ଫର୍ମ ବାହାରେ ସମ୍ପୃକ୍ତ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଘଟଣା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଶିକ୍ଷକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିକ୍ଷକ ଜଣକ ରାୟଗଡ଼ାରୁ ଭୁବନେଶ୍ୱର ସରକାରୀ କାର୍ଯ୍ୟରେ ଆସିଥିଲେ।



