www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ କ୍ୟାବିନେଟ୍‌ରେ ଏହି ୧୫ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର:ଶୁକ୍ରବାରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରରେ ୧୫ଟି ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ବସିଥିଲା ।

ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି –
ଛୋଟ ଅପରାଧରେ ଏବେ ଦଣ୍ଡ ବଦଳରେ କେବଳ ଜରିମାନା ଦେବେ ଅପରାଧୀ ।

- Advertisement -

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଦିଆଯିବ ।

ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୧୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଓଡିଶା ଇଏସ୍‌ଆଇ ଡାକ୍ତରଖାନା ଟେକ୍ନସିଆନ୍‌ ଟେକ୍ନିସିଆନ୍‌ ସେମା ନିୟମ-୨୦୨୫କୁ କ୍ୟାବିନେଟ୍‌ରେ ମଂଜୁରୀ।

ରାଜ୍ୟରେ ଅଧିକ ଆର୍ଥିକ ପ୍ରଗତି ପାଇଁ ମହିଳାମାନଙ୍କ ପାଇଁ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।ଏହା ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ ଅନୁମୋଦନ ପ୍ରଦାନ ।

ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ।

ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ। କେବଳ ପଂଜୀକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ।

ଓଡ଼ିଶା ଜନ୍ମ ମୃତ୍ୟୁ ପଞ୍ଜୀକରଣ ୨୦୨୫ ଆଇନକୁ ମିଳିଲା ମଞ୍ଜୁରୀ ।

ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ସମ୍ପ୍ରସାରିତ କରାଯିବ । ୨୦୨୫-୩୦ ବର୍ଷ ପର୍ଯ୍ୟନ୍ତ ୧୪୩୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୧,୨୩,୪୮୮ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଛି ।

ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ୧୯,୯୪୧ କୋଟି ମଞ୍ଜୁର କରାଯାଇଛି ।

ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୭୯୦ କୋଟି ମଞ୍ଜୁର କରାଯାଇଛି ।

ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ ୨୦୨୫କୁ ଅନୁମୋଦନ ମିଳିଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories