www.samajalive.in
Monday, December 8, 2025
14.1 C
Bhubaneswar

ଆସୁଛି ବାଲିଯାତ୍ରା; ନିରାଶ କରୁଛି ପ୍ରଶାସନ

କଟକ: ଅସୁଛି ବାଲିଯାତ୍ରା। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।  ବ୍ୟବସାୟୀମାନେ ନିଜର ପ୍ରଚାର ପ୍ରସାର ଓ ବ୍ୟବସାୟ ପାଇଁ ଉତ୍ସାହିତ ରହିଛନ୍ତି। ଏବେ ପଡିଆ ପ୍ରସ୍ତୁତି ସହ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ବ୍ୟବସାୟୀଙ୍କ ନିମନ୍ତେ ପ୍ଲଟ ଆବଣ୍ଟନ ଶେଷ ତାରିଖ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମାତ୍ର ପ୍ରଶାସନର ପ୍ଲଟ୍‌ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଝାଡୁଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ବ୍ୟବସ୍ଥା ଭଲ ଥିଲା । କ୍ଷୁଦ୍ର ବ୍ୟବସାୟୀ ବାଲିଯାତ୍ରାକୁ ଆସି ନିରାଶ ହେଉ ନ ଥିଲେ। ସେମାନେ ସୁରୁଖୁରୁରେ ଜାଗା ଖଣ୍ଡେ ପାଇ ବେପାର କରିପାରୁଥିଲେ।  ଏବେ ପ୍ରଶାସନର  ଜଟିଳ ପ୍ରକ୍ରିୟାରେ ବ୍ୟବସାୟୀ ବହୁ ଅସୁବିଧା ଭୋଗୁଛନ୍ତି। କ୍ଷୁଦ୍ର ବ୍ୟବସାୟୀ ଟେଣ୍ଡର ପ୍ରକ୍ରିୟାକୁ ପସନ୍ଦ କରୁନାହାନ୍ତି। ସରକାରୀ ଧାର୍ଯ୍ୟ ମୂଲ୍ୟ ବହୁ ଗୁଣା ବଢି ଯାଉଥିବାରୁ ଅପେକ୍ଷାରେ ଥିବା ବ୍ୟବସାୟୀଟି ନିରାଶ ହେଉଛି। ଧାର୍ଯ୍ୟ ଦରର ବହୁଗୁଣା ମୂଲ୍ୟ ଦେଇ ଜାଗା ନେବା ସମ୍ଭବ ହେଉନାହିଁ। ପ୍ରଶାସନର ଏପରି ନୀତି ପାଇଁ ଗରିବ ବ୍ୟବସାୟୀମାନେ କଟକ ବାଲିଯାତ୍ରାକୁ ଆସୁନଥିବା ଅନେକ କ୍ଷୁଦ୍ର ବ୍ୟବସାୟୀ କହିଛନ୍ତି। ଏପରିକି ପ୍ରଶାସନ କ୍ଷଦ୍ର ବ୍ୟବସାୟୀଙ୍କ ନିମନ୍ତେି ନର୍ଦିଷ୍ଟ ଦର ଲାଗୁ କରିବାକୁ ସେମାନେ ଦାବି ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories