www.samajalive.in
Saturday, December 6, 2025
26.1 C
Bhubaneswar

ଏଭରେଷ୍ଟରେ ତୁଷାର ଝଡ଼; ଫସିଛନ୍ତି ୧୦୦୦ ପର୍ବତାରୋହୀ

କାଠମାଣ୍ଡୁ: ନେପାଳରେ ଅବସ୍ଥିତ ବିଶ୍ବର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟର ଟିଙ୍ଗ୍ରି ଅଞ୍ଚଳରେ ତୁଷାର ଝଡ଼ ଯୋଗୁଁ ସହସ୍ରାଧିକ ପର୍ବତାରୋହୀ ଫସି ରହିଥିବା ଜଣାପଡିଛି। ଅଧିକାଂଶ ପର୍ବତାରୋହୀ ଏହି ରାସ୍ତା ଦେଇ ଏଭରେଷ୍ଟ ଆରୋହଣ କରିଥାନ୍ତି। ସୋମବାର ୩୫୦ରୁ ଅଧିକ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି। ଭିଡିଓ ଫୁଟେଜ ଅନୁଯାୟୀ ଏଭରେଷ୍ଟରେ ଜୋରରେ ପବନ ବହିବା ସହ ପ୍ରବଳ ତୁଷାରପାତ ଘଟିଥିଲା। ଏଥିଯୋଗୁଁ ସହସ୍ରାଧିକ ପର୍ବତାରୋହୀ, ଶେରପା ଓ କ୍ୟାମେରାମ୍ୟାନ ଫସିଯାଇଥିବା କୁହାଯାଇଛି। ଅଧାବାଟରେ ଅଟକିଥିବା ୨୦୦ ପର୍ବତାରୋହୀଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ ଭୂପୃଷ୍ଠରୁ ୧୩ ହଜାର ଫୁଟ ଉଚ୍ଚତାରେ ତୁଷାର ଝଡ଼ ହୋଇଥିବା ଜଣାପଡିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories