www.samajalive.in
Monday, December 8, 2025
13.1 C
Bhubaneswar

ସାଙ୍ଗ ସହ ମିଶି ସାବତ ବାପାକୁ ହତ୍ୟା କଲା ନାବାଳକ ପୁଅ

ଯୋଡ଼ା: ନିଜ ସାଙ୍ଗ ସହିତ ମିଶି ସାବପ ବାପାକୁ ହତ୍ୟା କରିଛି ନାବାଳକ ପୁଅ। ଯୋଡ଼ା ପୌରାଞ୍ଚଳ ୧୦ନଂ ୱାର୍ଡ଼ ହନୁମାନ ହଟିଂରେ ସୋମବାର ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନାବାଳକ ପୁଅ ଓ ତା’ର ସାଥୀକୁ ଧରି ଜୁଭେନାଇଲ ଅଦାଲତରେ ହାଜର କରିଛି। ଉଭୟଙ୍କ ବୟସ ପନ୍ଦର ବର୍ଷ ମଧ୍ୟରେ ହେବ। ପରେ ସେମାନଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଯୋଡ଼ା ପୌରାଞ୍ଚଳ ୧୦ନଂ ୱାର୍ଡ଼ ହନୁମାନ ହଟିଂରେ ଜଣେ ନାବାଳକ ତା’ର ଜଣେ ସାଥୀ ସହ ମିଶି ନିଜ ବାପାକୁ ହତ୍ୟା କରିଥିଲା। ହତ୍ୟାର ଶିକାର ହୋଇଥିଲେ ୪୫ ବର୍ଷିୟ ମନୋଜ କାଳନ୍ଦୀ ଓରଫ୍ ମନୋଜ ବେହେରା। ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିବାବେଳେ ସେ ଜଣେ ବିଧବାଙ୍କୁ ୫ ବର୍ଷ ହେବ ସ୍ତ୍ରୀ କରି ଘରେ ରଖିଥିଲେ। ତାଙ୍କର ଏହି ଦ୍ୱିତୀୟ ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ସେଠାରେ ରହୁଥିଲେ। ତେବେ କିଛି ନା କିଛି କାରଣକୁ ନେଇ ସାବତ ବାପା ସହ ପୁଅର ପଡୁ ନ ଥିଲା । ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ମନୋଜ ସ୍କୁଟି ନେଇ ବାହାରକୁ ଜଳଖିଆ ପାଇଁ ଯାଉଥିବାବେଳେ ପୁଅ ଓ ତାର ସାଙ୍ଗ ପ୍ରଥମେ ତାଙ୍କ ଉପରକୁ ଅତର୍କିତଭାବେ ଲୁହା ପାଇପରେ ଆକ୍ରମଣ କରିଥିଲେ। ପରେ ଭୁଜାଲିରେ ତାଙ୍କ ପେଟକୁ ବାରମ୍ବାର ଭୁସି ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ମୂମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବ୍ୟବହୃତ ମରଣାସ୍ତ୍ରକୁ ଜବତ କରିଛି ପୁଲିସ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories