www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା ପୁଲିସ ମୁଖ୍ୟାଳୟରେ ମହାରାଷ୍ଟ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର – ମହାରାଷ୍ଟ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୁଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୁଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା, ଏବଂ ଉପକାରିତା, ପୁଲିସ ପ୍ରଶାସନରେ ଏହାର ଭୁମିକା, କାର୍ଯ୍ୟକୁଶଳତା, ପାରଦର୍ଶିତା ଓ ତଥ୍ୟ-ଆଧାରିତ ସମ୍ପର୍କରେ ମହାରାଷ୍ଟ୍ର ପୁଲିସ ଟିମ ଜ୍ଞାନ ଆରୋହଣ କରିଛନ୍ତି ।

ଆର୍ମସ୍ ଏବଂ ଆମୁନିସନ୍ ଇନଭେଣ୍ଟରି ମଡ୍ୟୁଲ୍ , ଏହି ମଡ୍ୟୁଲ୍ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ତତ ସମ୍ପର୍କିତ ସାମଗ୍ରୀର ପରିଚାଳନା, ନିରୀକ୍ଷଣ ଓ ଦାୟିତ୍ୱକୁ ସୁପରିଚାଳନା କରିଥାଏ । ଏହି ମଡ଼୍ୟୁଲ ଦ୍ୱାରା ନିରୀକ୍ଷଣ ଓ ଦକ୍ଷ ଇନଭେଣ୍ଟରି ପରିଚାଳନା କାର୍ଯ୍ୟ ସଠିକ ଭାବେ ସମ୍ପାଦିତ ହୋଇଥାଏ।

- Advertisement -

ଆଭ୍ୟନ୍ତରୀଣ ପୁଲିସ ଅଡିଟ୍ ସିଷ୍ଟମ୍:

ଏକ ଆଧୁନିକ ଡିଜିଟାଲ୍ ସିଷ୍ଟମ୍ ଯାହା ସମ୍ପୂର୍ଣ୍ଣ ଅଡିଟ୍ ବ୍ୟବସ୍ଥାକୁ ଡିଜିଟାଇଜ୍ ଓ ସୁବ୍ୟବସ୍ଥିତ କରୁଛି। ଏହା ବିଭିନ୍ନ ସଂସ୍ଥା ପାଇଁ ବାର୍ଷିକ ଅଡିଟ୍ ପ୍ଲାନ୍ ସୃଷ୍ଟି କରିବାର ସୁବିଧା ପ୍ରଦାନ କରିଥାଏ । ଅଡିଟ୍ ସମାପ୍ତି ପରେ ଏହା ଡିଜିଟାଲ୍ ରିପୋର୍ଟ ତିଆରି କରି ସମ୍ବନ୍ଧିତ ୟୁନିଟ୍‌ଗୁଡ଼ିକୁ ପଠାଇବା ସହ ରିପୋର୍ଟକୁ ବିଭକ୍ତ କରିବା ସହ ସମୀକ୍ଷା ପାଇଁ ମୁଖ୍ୟାଳୟ ଅଡିଟ୍ ଟିମ୍‌କୁ ପଠାଯାଇଥାଏ । ପାରଦର୍ଶିତା, ନିୟମ ଅନୁଯାୟୀ ଓ ଦକ୍ଷ ପରିଚାଳନାକୁ ଯଥାସମୟରେ ସଠିକ ସମୟରେ ତଥ୍ୟକୁ ନିରୀକ୍ଷଣ ଓ ବିଶ୍ଳେଷଣ ମାଧ୍ୟମରେ ସୁନିଶ୍ଚିତ କରେ।

 

ଓଡ଼ିଶା ପୁଲିସ ମୋଟର ଯାନ ଫ୍ଲିଟ୍ ଓ ସରକାରୀ ସମ୍ପତ୍ତି ଷ୍ଟୋର ପାଇଁ ସ୍ୱତନ୍ତ୍ର ଇନଭେଣ୍ଟରି ମେନେଜମେଣ୍ଟ ମଡ୍ୟୁଲ୍ ଶୁଭାରମ୍ଭ କରିଛି, ଯାହାର ସଠିକ ବ୍ୟବହାର ଓ ସୁପରିଚାଳନା ଦ୍ୱାରା ସମନ୍ୱୟ ସୁନିଶ୍ଚିତ ହୋଇଥାଏ। ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଯତିନ୍ଦ୍ର କୋୟଲ୍, ଡେପୁଟି କମାଣ୍ଡାଣ୍ଟ ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ମହାରାଷ୍ଟ୍ର ପୁଲିସ ଦଳକୁ ଏହି ପ୍ରଣାଳୀଗୁଡ଼ିକର ଡିଜାଇନ୍, ବିକାଶ ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories