www.samajalive.in
Friday, December 5, 2025
23.1 C
Bhubaneswar

ଆସିଲା ଟିଭିଏସ୍ ରାଇଡରର ନୂଆ ଭାରିଆଣ୍ଟ, ମିଳିବ ଅନେକ ଫିଚର୍

ଭୁବନେଶ୍ବର: ଟିଭିଏସ୍ ନିଜ ଲୋକପ୍ରିୟ ବାଇକ ରାଇଡରର ସବୁଠାରୁ ଅତ୍ୟାଧୁନିକ ଭାରିଆଣ୍ଟ ଲଞ୍ଚ କରିଦେଇଛି। ଯୁବପିଢିଙ୍କୁ ନଜରରେ ରଖି ଏହି ବାଇକକୁ କମ୍ପାନୀ ପ୍ରସ୍ତୁତ କରିଛି। ଏହାକୁ ଅଧିକ ସ୍ପୋର୍ଟି ଲୁକରେ କମ୍ପାନୀ ବଜାରକୁ ନେଇଆସିଛି। ଏହାର ଟିଏଫଟି ଡିଡିର ଏକ୍ସ ଶୋରୁମ୍ ଦାମ୍ ୯୫,୬୦୦ ଟଙ୍କା ଥିବାବେଳେ ଏସଏକ୍ସସି ଡିଡିର ଏକ୍ସ ଶୋରୁମ୍ ଦାମ୍ ୯୩,୮୦୦ ଟଙ୍କା ରଖିଛି କମ୍ପାନୀ।

ଏଥିରେ ୩ ଭାଲ୍ଭ, ୧୨୫ ସିସିର ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି ଯାହା ୧୧.୭୫ ଏନଏମର କ୍ଲାସ୍-ଲିଡିଂ ଟର୍କ ଉତ୍ପନ କରିଥାଏ। କମ୍ପାନୀ ରାଇଡରରେ ପାଓ୍ବରଟ୍ରେନ୍ ଅତ୍ୟାଧୁନିକ କରିବା ପାଇଁ ଏଥିରେ ଆଇଗୋ ଆସିଷ୍ଟ ଓ ବୁଷ୍ଟ ମୋଡ ଭଳି ସ୍ମାର୍ଟ ଟେକ୍ନୋଲୋଜି ମଧ୍ୟ ଦେଇଛି ଯାହା ତୁରନ୍ତ ଅତିରିକ୍ତ ପାଓ୍ବର ଦେବା କାମ କରିଥାଏ।

- Advertisement -

ବାଇକ ସ୍ପୋର୍ଟି ରେଡ ଆଲୟ ହ୍ବିଲ, ନୂଆ ଚଉଡା ଟାୟାର୍ ଓ ମେଟାଲିକ୍ ସିଲଭର ଫିନିଶ୍ ରଙ୍ଗରେ ଦେଖିବାକୁ ମିଳିବ। ବାଇକରେ ୨ଟି ଡିସପ୍ଲେ ମିଳିବ । ଗୋଟିଏ ଟିଏଫଟି ଡିସପ୍ଲେ ଓ ଅନ୍ୟଟି ଏଲସିଡି ଡିସପ୍ଲେ କ୍ଲଷ୍ଟର ଯେଉଁଥିରେ ୮୫ରୁ ଅଧିକ ଫିଚର ଦିଆଯାଇଛି। ବାଇକରେ ବ୍ଲୁଟୁଥ୍ କନେକ୍ଟିଭିଟି, ଭଏସ ଆସିଷ୍ଟ, କଲ୍, ନୋଟିଫିକେସନ ମ୍ୟାନେଜମେଣ୍ଟ ଓ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ ଭଳି ସୁବିଧା ମଧ୍ୟ ସାମିଲ। ଚଳିତ ମାସ ସୁଦ୍ଧା ସାରା ଦେଶରେ ସମସ୍ତ ଟିଭିଏସ୍ ଡିଲରସିପରେ ଏହା ଉପଲବ୍ଧ ହେବ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories