www.samajalive.in
Monday, November 17, 2025
17.1 C
Bhubaneswar

ଆରଏସଏସ ସଂସ୍ଥାପକ ହେଡଗେଓ୍ବାରଙ୍କୁ ଭାରତ ରତ୍ନ ଦେବାକୁ ମୁସଲମାନ ସଂଗଠନର ଦାବି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ ଇସଲାମର ଅଧ୍ୟକ୍ଷ ଅବରାର ଜମାଲ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଡ. ହେଗଡେଓ୍ବାର ରାଷ୍ଟ୍ର ନିର୍ମାଣ ଏବଂ ସମାଜରେ ଏକତା ପାଇଁ ଅତୁଳନୀୟ ଯୋଗଦାନ କରିଛନ୍ତି, ଯାହା ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଯୋଗାଉଛି।

ଜମାଲ କହିଛନ୍ତି ଯେ, ଡା. ହେଡଗେଓ୍ବାରଙ୍କର ଭାରତର  ସାମାଜିକ, ସାଂସ୍କୃତିକ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ରହିଛି। ତାଙ୍କ ବିଚାର ସମାଜରେ ଏକତା, ଅନୁଶାସନ ଏବଂ ରାଷ୍ଟ୍ରଭକ୍ତିର ଭାବନାକୁ ମଜଭୁତ କରିଛି। ଏହି ଦାବି ଉପରେ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ଜମାଲ ଚିଠିରେ ଉଲ୍ଲେଖ କରିଛନ୍ତି।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories