www.samajalive.in
Friday, December 5, 2025
27.1 C
Bhubaneswar

ଆଠଗଡରେ ସାମୁହିକ ଭସାଣି ଉତ୍ସବ : ୫ଟି ପ୍ରମୁଖ ବଜାର ସାମିଲ

ଆଠଗଡ:  ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ଯ୍ୟାୟରେ ରବିବାର ଆଠଗଡର ୫ଟି ପ୍ରମୁଖ ବଜାର ମେୟର ସାମୁହିକ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି । ଅପରାହ୍ନ ୨ଟାରେ ସର୍ବପୁରାତନ ଦୁର୍ଗା ବଜାରଠାରେ ସମସ୍ତ ମେଢ ଏକତ୍ରିତ ହେବା ପରେ ସେଠାରେ ପ୍ରତ୍ୟେକ ପୂଜା କମିଟି ମେଢ ଓ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଭସାଣ ଉତ୍ସବରେ ଦୁର୍ଗା ବଜାର ଓ ଚାନ୍ଦବାଲି ଛକରେ ପୂଜା ପାଇଥିବା ମା’ ଦୁର୍ଗାଙ୍କ ପ୍ରତିମା, ଲକ୍ଷ୍ମୀ ବଜାର, ରଘୁନାଥ ବଜାର ଓ ଜଗନ୍ନାଥ ବଜାରର ହରପାର୍ବତୀଙ୍କ ପ୍ରତିମା ମେଢ ସାମିଲ ହୋଇଛନ୍ତି ।

ପ୍ରତ୍ୟେକ ବଜାର ମେଢ ସହିତ ଭଳି କି ଭଳି ବାଜା, ବ୍ୟାଣ୍ଡ ପାର୍ଟି, ପାରମ୍ପରିକ ବାଜା, ଘଣ୍ଟ, ଶଂଖ ଓ ଲୋକନୃତ୍ୟ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ମେଢ଼ଗୁଡିକ ମୁଖ୍ୟ ରାସ୍ତାରେ ବୀରକିଶୋରପୁର ଛକ ପର୍ଯ୍ୟନ୍ତ ଯାଇ, ସେଠାରୁ ଫେରି ରାଧାନାଥପୁର ଶାସନ, ରାସରସିକପୁର, ଝରଣ ଛକ ଓ ରଥଗଡା ଦେଇ ସାପୁଆ ନଦୀରେ ବିସର୍ଜନ କରାଯିବା ଲାଗି ଏନଏସି ପକ୍ଷରୁ ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା କରାଯାଇଛି । ଏହି ସାମୁହିକ ଭସାଣ ଉତ୍ସବ ଉପଭୋଗ କରିବାକୁ ପ୍ରତ୍ୟେକ ଛକ ଓ ସାହିରେ ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

- Advertisement -

ବିଭିନ୍ନ ସ୍ଥାନରେ ମେଢକୁ ସ୍ୱାଗତ ସହିତ ବଜାର ପୂଜା କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭସାଣ ଉତ୍ସବ ଲାଗି ଆଠଗଡର ସମସ୍ତ ପ୍ରମୁଖ ବଜାର ରବିବାର ବନ୍ଦ ରହିଥିଲା । ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇଆଇସି ସୁମତି କୁମାରୀ ମହାନ୍ତିଙ୍କ ନେତୃତ୍ବରେ ବହୁ ସଂଖ୍ୟକ ପୁଲିସ ଅଧିକାରୀ, କର୍ମଚାରୀ ଓ ସଶସ୍ତ୍ର ପୁଲିସ ମୃତୟନ ହୋଇଥିଲେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories