କୁଆଁପାଳ : କଟକ ଜିଲ୍ଲା ଜଳସ୍ଵରପୁର ପଞ୍ଚାୟତ ଗଙ୍ଗାପୁରା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋବରୀ ନଦୀକୁ ଶୌଚ ହେବା ପାଇଁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ଖବର ଅନୁଯାଇ ଗଙ୍ଗାପୁରା ଗାଁର ବୃଦ୍ଧ ଶଙ୍କର୍ଷଣ ଦାସ ଶୁକ୍ରବାର ରାତିରେ ଘର ନିକଟରେ ଥିବା ଗୋବରୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା। ପରେ ଖବର ପାଇ ଆଜି ସକାଳୁ କୁଆଁପାଳ ଦମକଳ ବାହିନୀ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୋଟ ଜରିଆରେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି। ୬ ଘଣ୍ଟା ପରେ ବି ଶଙ୍କର୍ଷଣଙ୍କର କୌଣସି ପତ୍ତା ମିଳିନି।
Popular Categories



