ଡେସ୍କ: ଭାରତ ଆଜି ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତି। ଦେଶ ସ୍ବାଧୀନତାର ୧୦୦ ବର୍ଷ ୨୦୪୭ ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଆମ ଦେଶ ଦ୍ରୁତ ଗତିରେ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଓଡିଆମାନଙ୍କ ସଂକଳ୍ପ ଆମ ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତି ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବୁ। ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ। ଏଥ୍ ପାଇଁ ସାଢେ ଚାରିକୋଟି ଓଡି଼ଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡକୁ ଆଗେଇବାକୁ ପଡିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ। ବିକଶିତ ଭାରତର ବର୍ଦ୍ଧିତ ଶୁଳ୍କକୁ ଡର ରହିବ ନାହିଁ। ଆମ ଅର୍ଥନୀତି ସ୍ବୟଂ ସମ୍ପୂର୍ଣ୍ଣ ହେବ। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୋକାଲ ଫର ଲୋକାଲ ଓ ସ୍ୱଦେଶୀର ଆଦ୍ୟ ପଥ ପ୍ରଦର୍ଶକ। ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବସ୍ତ୍ର କିଣିଛି ସହ ଓଡିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର ଲୋକାଲ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବା ପାଇଁ ଆହ୍ୱାନ ଦେଇଛନ୍ତି।



