www.samajalive.in
Friday, December 5, 2025
23.1 C
Bhubaneswar

ମହିଳା ବିଶ୍ବକପ୍‌: ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ଭାରତ

ଗୁଆହାଟୀ : ମହିଳା ଦିନିକିଆ ବିଶ୍ବକପ୍‌ର ୧୩ଶ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସହ ଆୟୋଜକ ଶ୍ରୀଲଙ୍କାକୁ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୫୯ ରନ୍‌ରେ ଭାରତ ପରାସ୍ତ କରିଛି।

ବର୍ଷା ଯୋଗୁଁ ମ୍ୟାଚ୍‌ ୪୮ ଓଭରର ହୋଇଥିଲା। ଦୀପ୍ତି ଶର୍ମା ଓ ଅମନଜୋତ କୌରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୮ ୱିକେଟ୍‌ରେ ୨୬୯ ରନ୍‌ କରିଥିଲା। ପରେ ଶ୍ରୀଲଙ୍କା ନିୟମିତ ୱିକେଟ୍‌ ହରାଇ ୮ଟି ବଲ୍‌ ବାକିଥାଇ ୨୧୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।
ଡକ୍‌ୱର୍ଥ-ଲୁଇସ୍ ନିୟମରେ ଶ୍ରୀଲଙ୍କାକୁ ୪୮ ଓଭରରେ ୨୭୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ହାସିନୀ ପରେରା ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟିକା ଚମାରି ଅଟ୍ଟାପଟୁ ୪୭ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୩ ରନ୍‌କରି ଆଉଟ୍‌ ହେବା ଶ୍ରୀଲଙ୍କା ପାଇଁ ଶକ୍ତ ଧକ୍କା ଥିଲା। ଏହାସହ ଶ୍ରୀଲଙ୍କା ମହିଳା ଦଳ ଆଉ ୫୮ ରନ୍‌ ଯୋଗକରି ୫ଟି ୱିକେଟ୍‌ ହରାଇଥିଲା। ହର୍ଷିତା ସମରବିକ୍ରମ ୩ଟି ଚୌକା ସହ ୨୯ ରନ୍‌ କରିଥିଲେ। ବିଷ୍ମି ଗୁଣରତ୍ନେ ୧୧, କବିଷା ଦିଲ୍‌ହାରି ୧୫ ଓ ଅନୁଷ୍କା ସଞ୍ଜିବନୀ ୬ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ୧୪୦ ରନ୍‌ରେ ୬ଟି ୱିକେଟ୍‌ ପଡ଼ିଯିବା ପରେ ଶ୍ରୀଲଙ୍କାର ପରାଜୟ ନିଶ୍ଚିତ ଲାଗୁଥିଲା। ନୀଳାକ୍ଷିକା ସିଲ୍‌ଭା ୨୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍‌ କରିଥିଲେ। ଆଚିନି କାଳସୂରିୟା ୧୭ ରନ୍‌ କରିଥିଲେ। ଦୀପ୍ତି ଶର୍ମା ୩ଟି ଏବଂ ସ୍ନେହ ରାଣା ଓ ଶ୍ରୀ ଚରଣି ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ କରିଥିଲା। ବିଶ୍ବର ୧ନଂ ଦିନିକିଆ ବ୍ୟାଟର ସ୍ମୃତି ମାନ୍ଧାନା ୮ ରନ୍‌କରି ବିଦାୟ ନେଇଥିଲେ। ପରେ ପ୍ରତୀକା ରାୱଲ ଓ ହର୍ଲିନ ଦେଓଲ ୨ୟ ୱିକେଟ୍‌ ପାଇଁ ୬୭ ରନ୍‌ ଯୋଡ଼ିଥିଲେ। ପ୍ରତୀକା ୫୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। ପରେ ୨୬ତମ ଓଭରରେ ଭାରତ ୩ଟି ୱିକେଟ୍‌ ହରାଇଥିଲା। ହର୍ଲିନ ଦେଓଲ ୬୪ ବଲ୍‌ରୁ ୬ଟି ଚୌକା ସହ ୪୮ ରନ୍‌ କରିଥିଲେ। ଜେମିମା ରଡ୍ରିଗ୍ବେଜ୍‌ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ୩ଟି ବଲ୍ ପରେ ଅଧିନାୟକ ହରମନପ୍ରୀତ କୌର ୧୯ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ରିଚା ଘୋଷ ୨ ରନ୍‌ କରିଥିଲେ।

- Advertisement -

୪ ରନ୍‌ରେ ଭାରତ ୪ଟି ୱିକେଟ୍‌ ହରାଇବା ପରେ ଦୀପ୍ତି ଶର୍ମା ଓ ଅମନଜୋତ କୌର ୭ମ ୱିକେଟ୍‌ ପାଇଁ ୧୦୩ ରନ୍‌ ଯୋଡ଼ି ଦଳକୁ ମଜ୍‌ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଅମନଜୋତ ୫୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୭ ଏବଂ ବାମହାତି ଦୀପ୍ତି ୫୩ ବଲ୍‌ରୁ ୩ଟି ଚୌକା ସହ ୫୩ ରନ୍‌ କରିଥିଲେ। ସ୍ନେହ ରାଣା ୧୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‌କରି ଅପରାଜିତ ଥିଲେ। ଇନୋକା ରଣବୀରା ୪ଟି ଓ ଉଦେଶିକା ପ୍ରବୋଧାନି ୨ଟି ୱିକେଟ୍‌ ନେଇଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories