www.samajalive.in
Friday, December 5, 2025
27.1 C
Bhubaneswar

ଚାକିରି ଦେବା ନାଁରେ ବଡ଼ ଠକେଇ : ନାଲ୍‌କୋରେ ସିବିଆଇ ଚଢ଼ଉ, ସନ୍ଦିଗ୍ଧଙ୍କୁ ଜେରା

ଭୁବନେଶ୍ବର : ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ ପରେ ସିବିଆଇ ମଙ୍ଗଳବାର ଭୁବନେଶ୍ବରସ୍ଥ ନାଲ୍‌କୋ କାର୍ଯ୍ୟାଳୟରେ ଅତର୍କିତ ଚଢ଼ଉ କରିଛି। ଏହି ଠକେଇରେ ଦଲାଲଙ୍କ ସହିତ କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରିଛି। ସିବିଆଇ ଚଢ଼ଉ ଖବର ପାଇବା ପରେ ସମ୍ପୃକ୍ତ ଦଲାଲମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସନ୍ଦେହରେ ଥିବା କେତେକ କର୍ମଚାରୀଙ୍କୁ ସିବିଆଇ ଦଳ ଜେରା କରିଛନ୍ତି। ଏହି ଠକେଇର ଚେର ପାଇବା ଲାଗି ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି। ଚଢ଼ଉ ସମୟରେ ସିବିଆଇ ନାଲ୍‌କୋ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ତେବେ ଏ ସମ୍ପର୍କରେ ନାଲ୍‌କୋ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି ଯେ, ସିବିଆଇ ଯାଞ୍ଚ କରିବା ସ୍ବାଗତଯୋଗ୍ୟ। କାର୍ଯ୍ୟାଳୟକୁ ଜଣାଇବା ପରେ ସିବିଆଇ ଦଳ ଯାଞ୍ଚ ଲାଗି ଆସିଥିଲେ। ସେପରି କୌଣସି କାଗଜପତ୍ର ତଦନ୍ତକାରୀ ସଂସ୍ଥା ଜବତ କରିନାହିଁ ବୋଲି ନାଲ୍‌କୋ ସ୍ପଷ୍ଟୀକରଣ ଦେଇଛି।
ସୂଚନାଯୋଗ୍ୟ, ନାଲ୍‌କୋରେ ଚାକିରି କରାଇଦେବା ନାଁରେ ଏକାଧିକ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ସକାଳେ ସିବିଆଇର ୨ଟି ଦଳ ହଠାତ୍‌ ନାଲ୍‌କୋରେ ପହଞ୍ଚି ତନାଘନା କରିଥିଲା।
ନାଲ୍‌କୋ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ସିବିଆଇ ଦଳ ଯାଞ୍ଚ ସହ ଘଟଣା ସମ୍ପର୍କିତ ଦସ୍ତାବିଜ ଜବତ କରିଥିଲା। ବହୁ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର୍‌ କରିଛି। ୨୦ରୁ ଅଧିକ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରର ବଡ଼ ଘୋଟଲା ହୋଇଥିବା ସିବିଆଇ ହାତରେ ତଥ୍ୟ ଲାଗିଛି। ଠକେଇରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ସିବିଆଇ ନଜରରେ ରହିଛନ୍ତି। ମଙ୍ଗଳବାର ଦିନତମାମ ସିବିଆଇ ଦଳ ଏହି ଘଟଣାରେ ନାଲ୍‌କୋ କାର୍ଯ୍ୟାଳୟରେ ତନାଘନା ଚଳାଇଥିଲା। ଜବତ ଦସ୍ତାବିଜରୁ ଠକେଇ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିପାରିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories