www.samajalive.in
Wednesday, December 10, 2025
18.1 C
Bhubaneswar

ବଢୁଛି ଜଙ୍ଗଲୀ ହାତୀଙ୍କ ଉତ୍ପାତ ; ଚାଷୀ ଭୟଭୀତ

ରଣପୁର : ଖେ।ର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଞ୍ଚଳରେ ଜଙ୍ଗଲ ବଢିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଓ ପାଣି ପାଇଁ ସରକାରଙ୍କ ତରଫରୁ କାମ୍ପା ଯେ।ଜନାରେ କେ।ଟି କେ।ଟି ଟଙ୍କା ବ୍ୟୟ କରି ପୁଷ୍କରିଣୀ ଖନନ, ବୣକ୍ଷରେ।ପଣ ଓ ବାଉଁଶ ଗଛ ସୁରକ୍ଷା କରାଯାଉଛି। କିନ୍ତୁ ଫଳ ଶୁନ। ବନ୍ୟଜନ୍ତୁ ଗାଁ ମୁହାଁ। ବିଶେଷ କରି ଜଙ୍ଗଲୀ ହାତୀଙ୍କୁ ବନବିଭାଗ ଜଙ୍ଗଲ ଭିତରେ ଅଟକାଇ ରଖିପାରୁନି। ଗାଁ ମୁହାଁ ଜଙ୍ଗଲୀ ହାତୀ ଧାନ ଓ ରବି ଫସଲ ଖାଇ ନଷ୍ଟ କରୁଛନ୍ତି। ଚାଷୀ ଫସଲ ଜଗିବାକୁ ଯାଇ ମୣତ୍ୟୁ ମୁଖରେ ତ କେତେବେଳେ ହାତୀ ମୣତ୍ୟୁ ମୁଖରେ। ବନବିଭାଗ ଗଜସାଥିଙ୍କ ମାଧ୍ୟମରେ କେବଳ ଜଙ୍ଗଲୀ ହାତୀଙ୍କ ଗତିବିଧି ଖବର ରଖୁଛି। ଲୋକଙ୍କ ଫସଲ ନଷ୍ଟ କଲେ ଅନୁକମ୍ପା ଆପ୍ ମାଧ୍ୟମରେ କ୍ଷୟକ୍ଷତି ସହାୟତା ପାଇଁ ଆବେଦନ ପାଇଁ କହୁଛି। ହେଲେ କେତବେଳେ ସହାୟତା ରାଶି ମିଳୁଛି ତ କେତବେଳେ ନାହିଁ। ଯାହା ମିଳୁଛି କ୍ଷତି ତୁଳନାରେ ସମୁଦ୍ରକୁ ଶଙ୍ଖେ। ମଣିଷ ଭଳି ଅମୁଲ୍ୟ ଜୀବନ ଚାଲିଯାଇଉଛି। ଜଙ୍ଗଲୀ ହାତୀ ଗାଁ ଗଣ୍ଡାରେ ବୁଲିବା ଯେ।ଗୁ ଲୋକମାନେ ସନ୍ଧ୍ୟାରୁ ସକାଳ ଘରୁ ବାହାରୁ ନାହାଁନ୍ତି। ରଣପୁରରେ ଦୀର୍ଘଦିନ ହେଲା ରେଞ୍ଜର ପଦବୀ ଖାଲି। ଡେପୁଟି ରେଞ୍ଜର ଦାୟିତ୍ୱରେ। ଜଙ୍ଗଲୀ ହାତୀଙ୍କ ଉତ୍ପାତ ନେଇ ଗୋପାଳପୁର ବନପାଳ ଅବିନାଶ ଖୁଣ୍ଟିଆ କୁହନ୍ତି ମୟୁରଝାଲିଆ, ଜଙ୍କିଆ, ବାରଙ୍ଗ ଗାଡିଆ, ରାଇପଡା ଅଞ୍ଚଳରେ ପୁର୍ବରୁ ହାତୀ ସତର୍କତା ସୈ।ରଚାଳିତ ୫ଟି ଯନ୍ତ୍ର ବସାଯାଇଛି। ଏବେ ଆଉ ୧୩ ଯନ୍ତ୍ର ଆସିବାର ଅଛି। ବିଶେଷକରି ହାତୀ ପ୍ରଭାବିତ ଅଞ୍ଚଳରେ ଲଗାଯିବ। ଯାହା ଫଳରେ ଯନ୍ତ୍ରର ଦୁଇ କିଲୋମିଟର ପରିଧି ଭିତରକୁ ଜଙ୍ଗଲୀ ହାତୀ ଆସିଲେ ସତର୍କତା ସାଇରନ ବାଜିବ। ଫଳରେ ଲୋକ ମାନେ ସଜାଗ ହେ।ଇଯିବେ। ମଣିଷ ଜୀବନ ସୁରକ୍ଷିତ ହେବ। ଅପର ପକ୍ଷରେ ଧାନ ସମୟରେ ଜଙ୍ଗଲୀ ହାତୀଙ୍କ ଉତ୍ପାତରେ ଚାଷୀ ଭୟଭୀତ। ବନବିଭାଗ ଜଙ୍ଗଲୀ ହାତୀଙ୍କୁ ବନାଞ୍ଚଳକୁ ଫେରାଇନେବା ପାଇଁ ଦାବି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories