ନୂଆଦିଲ୍ଲୀ : ଗୁରୁଗାଓଁରେ ଶନିବାର ଭୋର ୪ଟା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଥର୍ ଗାଡି ହଠାତ୍ ଏକ ଡିଭାଇଡରରେ ଧକ୍କା ହେବା ପରେ ଏଥିରେ ୫ ଜଣ ଯୁବକଙ୍କ ଜୀବନ ଚାଲି ଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିରେ ସଭିଏଁ ଉତ୍ତରପ୍ରଦେଶର ବାସିନ୍ଦା ବେ।।ଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭୋର ସମୟରେ ୯ ନମ୍ବର ଜାତୀୟ ରାଜପଥରେ ଦିଲ୍ଲୀରୁ ରୋହତକ ଯାଉଥିବା ଏକ ଥର୍ ଗାଡି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଧକ୍କା ହୋଇଥିଲା । ଧକ୍କା ଜୋରରେ ହୋଇଥିବାରୁ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।



