ସମାଜ ଡିଜିଟାଲ ଡେସ୍କ: ବାଣପୁର ବାଇପାସରେ ସିରିଜ୍ ଦୁର୍ଘଟଣା ଘଟିଛି । ୩ଟି ବସ୍ ପଛକୁ ପଛ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବଂ ୫ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଜଣ ବସ ଡ୍ରାଇଭର ଚମ୍ପଟ୍ ମାରିଛନ୍ତି । ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ପ୍ରଥମ ବସ୍ ଅଟକିବାରୁ ଦୁର୍ଘଟଣା ଘଟିଥିଲା । ୩ଟି ବସ୍ ମଝିରେ ଥିବା ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
Popular Categories



