www.samajalive.in
Friday, December 5, 2025
27.1 C
Bhubaneswar

ବିହାର ମହିଳାଙ୍କୁ ମୋଦୀଙ୍କ ବଡ ଉପହାର: ଆକାଉଣ୍ଟକୁ ଗଲା . . .

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦୀ । ନୂଆଦିଲ୍ଲୀରୁ ଆଜି ଭିଡ଼ିଓ କନଫେନ୍ସରେ ‘ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ପଠାଯାଇଛି ।

ଏହି ଯୋଜନା ଅଧୀନରେ ରାଜ୍ୟର ୭୫ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧ଲକ୍ଷ ଟଙ୍କା ପଠାଯିବ । ଶୁକ୍ରବାର ଏହି ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି । ରୋଜଗାର ଭଲ ହେଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ବିହାରବାସୀଙ୍କୁ ମୋଦୀ କହିଛନ୍ତି ଯେ ଆପଣଙ୍କର ଦୁଇ ଭାଇ ନରେନ୍ଦ୍ର ଏବଂ ନୀତିଶ ଆପଣଙ୍କ ସେବାରେ କାର୍ଯ୍ୟରତ ଅଛନ୍ତି ।
ଯୋଜନାର ଶୁଭାରମ୍ଭ ବେଳେ ମହିଳାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏହି ଯୋଜନାରୁ ୭୫ଲକ୍ଷ ମହିଳାଙ୍କୁ ପାଣ୍ଠି ପଠାଯିବ । ଭଲ ନିଯୁକ୍ତି ଥିବା ମହିଳାଙ୍କୁ ୨ଲକ୍ଷ ଟଙ୍କା ଦିଆଯିବ । ଅକ୍ଟୋବର ୩ତାରିଖରେ ପୁଣି ଥରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଆରମ୍ଭରୁ ଆମେ ମହିଳାଙ୍କ ଉନ୍ନତି ଉପରେ ଧ୍ୟାନ ଦେଇଛୁ । ବିହାରରେ ପୂର୍ବ ସରକାର କିଛି କରିନଥିଲେ । ଏନଡିଏ ସରକାର ଗଠନ ହେବା ପରେ ଆମେ କାମ କରିଆସୁଛୁ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories