www.samajalive.in
Monday, December 8, 2025
24.1 C
Bhubaneswar

ଦୁର୍ଗାପୂଜା ପାଇଁ ଟ୍ରାଫିକ୍‍ କଟକଣା: ଜାଣନ୍ତୁ କେଉଁପଟେ ଯିବେ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ୍‍ କଟକଣା ଜାରି ହୋଇଛି  । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ରାଜଧାନୀର ପ୍ରମୁଖ ରାସ୍ତାଗୁଡିକରେ ଭାରିଯାନ ଯିବା ଆସିବା ଲାଗି ବାରଣ କରାଯାଇଛି । ପୂଜାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଟ୍ରାଫିକ୍‍ କଟକଣା ଜାରି କରିଛି । ଅପରାହ୍ନ୨ଟାରୁ ରାତ୍ର ୨ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ ।
ପୁରୀ ପଟୁ ବରମୁଣ୍ଡାକୁ ଆସୁଥିବା ବସ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍‍ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ । କୌଣସି ପ୍ରକାର ବସ୍‍ ସହର ମଧ୍ୟକୁ ଛଡାଯିବ ନାହିଁ । ପୁରୀ ପଟୁ କଟକକୁ ଯାଉଥିବା ବସ୍‍ ଲିଙ୍ଗିପୁର ଛକ ଦେଇ ବାଇପାସ୍‍ ରୋଡରେ ହାଇଟେକ ଛକଠାରେ ପହଞ୍ଚି ଜାତୀୟ ରାଜପଥ ଦେଇ ଯାଇପାରିବ । ସେହିପରି କଟକ ପଟୁ ଆସୁଥିବା ପୁରୀକୁ ବସଗୁଡିକ ହାଇଟେକରୁ  ଲିଙ୍ଗିପୁର ଦେଇ ଯାଇପାରିବ ।
ମାଷ୍ଟରକ୍ୟାଣ୍ଟିନ୍‍ ବସଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍‍ ବାଣୀବିହାର ଛକ କିମ୍ବା ରବି ଟକିଜ୍‍ ଛକ ଆଡକୁ ଯାଇପାରିବ ନାହିଁ । କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂହ ବୋଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛକରେ ମିସିବେ । ଲିଙ୍ଗରାଜ ମନ୍ଦିର ରାସ୍ତାରୁ  କୌଣସି ବସ୍‍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡକୁ ଯାଇପାରିବନି । ବସଗୁଡିକ ଗ୍ୟାରେଜ ଛକ, ସମାନ୍ତରାପୁର ଦେଇ ଲିଙ୍ଗିପୁର ଆଡକୁ ଯାଇପାରିବ । ପୂଜା ସମୟରେ ଭାରିଯାନ ଚଳାଚଳରେ କଟକଣା ଲଗାଯାଇଛି ।
ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ କୌଣସି ଭାରିଯାନ ଯିବନାହିଁ । ବାଣୀବିହାର ଛକଠାରୁ ଶିଶୁ ଭବନ ଛକ ଯାଏଁ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଯାଏଁ ମଧ୍ୟ ସମାନ କଟକଣା ରହିଛି । ଆଚାର୍ଯ୍ୟ ବିହାର ଛକରୁ ଏୟାରପୋର୍ଟ ଛକ ଭିତରେ ଭାରିଯାନ ଚଳାଚଳ ବନ୍ଦ ରହିବ ।
ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ସମାନ କଟକଣା ଲାଗୁ ହୋଇଛି । ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଭିତରେ ଭାରିଯାନ ବନ୍ଦ, ସେହିପରି ଫାୟାର ଟ୍ରେନିଂ ସ୍କୁଲ ଚକଠାରୁ ଶିଶୁଭବନ ଛକ ଯାଏଁ ଟ୍ରାଫିକ କଟକଣା ଲଗାଯାଇଛି । ଖଣ୍ଡଗିରି ଛକରୁ  ପୋଖରୀପୁଟ ଛକ ଯାଏଁ ଭାରିଯାନ ବନ୍ଦ ରହିବା ସହ ଜାତୀୟ ରାଜପଥ-୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ୍‍ ରୋଡରେ ମଧ୍ୟ କଟକଣା ଲାଗୁ ହୋଇଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories