www.samajalive.in
Monday, December 8, 2025
17.1 C
Bhubaneswar

ମୁଣ୍ଡଳିରେ ପହଞ୍ଚିଲା ବନ୍ୟା ଜଳ

ସମାଜ ଡିଜିଟାଲ ଡେସ୍କ: ହୀରାକୁଦ ଜଳଭଣ୍ଡାରକୁ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦରେ ମୋଟ ୨୦ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି । ଅଧିକ ଗେଟ୍‍ ଖୋଲା ଯାଇଥିବାରୁ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି । ଏହି ପାଣି ମୁଣ୍ଡଳିରେ ପହଞ୍ଚିଛି । ଫଳରେ ମହାନଦୀର ତଳିଆ ଅଞ୍ଜଳରେ ବନ୍ୟା ଆଶଙ୍କା ରହିଛି । ସକାଳ ୮ଟା ସୁଦ୍ଧା ହୀରାକୁଦ ଉପର ମୁଣ୍ଡରେ ୫୮ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩,୬୨,୫୧୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

ଶନିବାର ମୁଣ୍ଡଳି ଦେଇ ୭ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେବ। ଏହା ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ମାତ୍ର ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। କାରଣ ଗତ ୨୪ ଘଣ୍ଟାରେ ହୀରାକୁଦ-ଖଇରମାଳ ଏବଂ ଖଇରମାଳ-ମୁଣ୍ଡଳି ମଧ୍ୟରେ ବିଶେଷ ବର୍ଷା ହୋଇନି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories