www.samajalive.in
Friday, December 5, 2025
27.1 C
Bhubaneswar

୩ ବର୍ଷର ଶିଶୁକୁ ଅପହରଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ଗ୍ରାମରେ ମଙ୍ଗଳବାର ସକାଳ ସମୟରେ ଜଣେ ୩ ବର୍ଷର ଶିଶୁପୁତ୍ର ଘର ସମ୍ମୁଖରେ ଖେଳୁଥିବା ବେଳେ ଜଣେ ଯୁବକ ଅପହରଣ କରି ଗାଁ ଶେଷରେ ଥିବା ପୋଖରୀ ନିକଟରେ ହତ୍ୟା ଉଦ୍ୟମ କରିବା ବେଳେ ପରିବାର ଲୋକେ ଶିଶୁକୁ ଉଦ୍ଧାର କରିଥିଲେ ‌। ଏହି ଅଭିଯୋଗରେ ପୁଲିସ ଅପହରଣ କରିଥିବା ଏସ ମଧୁ ଓରଫ ମଧୁସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁଯାୟୀ ଝାଟିପଦରର ଏନ୍ କେଶବ ରେଡ୍ଡୀଙ୍କ ଶିଶୁ ପୁତ୍ର ଘର ସମ୍ମୁଖରେ ସକାଳ ସାଢେ଼ ୮ ଟାରେ ଖେଳୁଥିବା ବେଳେ ଅଭିଯୁକ୍ତ ଏସ ମଧୁ ଶିଶୁ ପୁତ୍ର ଅପହରଣ କରି ନେଇ ଯାଇଥିଲା। ଅପହରଣ ପରେ ଶିଶୁ ପୁତ୍ରକୁ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ସନ୍ନିକଟ କିଆ ବୁଦାରେ ରଖି ସେଠାରେ ଏକ ବାଡି ସାହାଯ୍ୟରେ ଆକ୍ରମଣ କରି ମାରି ଦେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଶିଶୁ ପୁତ୍ରର ଚିତ୍କାର ଶୁଣି ପରିବାର ସଦସ୍ୟ ସେଠାରେ ପହଞ୍ଚି ଯିବାକୁ ମଧୁ ସେଠାରୁ ଖସି ଚାଲି ଯିବାରେ ସକ୍ଷମ ହୋଇଥିଲେ। ଘଟଣା ନେଇ କେଶବଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବହୁତ ଶସ୍ତା ହେଲା ସାମ୍‌ସଙ୍ଗର ଜବରଦସ୍ତ ଫିଚରର୍‌ ଏସବୁ ଫୋନ୍

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories