www.samajalive.in
Friday, December 5, 2025
27.1 C
Bhubaneswar

ସାର ବଣ୍ଟନରେ ଅନିୟମିତତା: ବୁଝାସୁଝା ପରେ ହଟିଲା ରାସ୍ତାରୋକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ସାର ପାଇଁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖୁଣ୍ଟବନ୍ଧଠାରେ ଚାଷୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ୍‌ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଚାଷୀ ମାନେ ସାର ପାଇଁ ସପ୍ତାହେ ପୂର୍ବରୁ ଆଧାର କାର୍ଡ ଦେଇଥିଲେ। ମାତ୍ର ଏହା ପରେ ବି ଚାଷୀଙ୍କୁ ସାର ମିଳୁନାହିଁ.। ସମ୍ପର୍କୀୟ ଲୋକଙ୍କୁ ସାର ଦେଉଥିବା ବେଳେ ପୂର୍ବରୁ ଆମେ କାର୍ଡ ଦେଇଥିଲେ ସୁଦ୍ଧା ଟୋକନ ଦେଉନାହାନ୍ତି କି ସାର ଦେଉନାହାନ୍ତି।  ପେକ୍ସ ରେ ସାର ବଣ୍ଟନ ରେ ବ୍ୟାପକ ଅନିୟମିତତା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଭୋର୍ ସମୟରୁ କାର୍ଯ୍ୟାଳୟ ଖୋଲି ଚାଷୀ ଙ୍କୁ ଟୋକନ୍ ଦେଉଥିବା ବେଳେ ଅଫିସ ସମୟରେ ଆସୁଥିବା ଚାଷୀମାନେ ଟୋକନ୍ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି ରାତ୍ରିରେ ସାର ବଣ୍ଟନକୁ ନେଇ ଚାଷୀ ଅସନ୍ତୋଷ ଜାହିର କରିଛନ୍ତି। ସାରର କୃତ୍ରିମ ଅଭାବ ଚାଷୀ ମାନଙ୍କ ଧାନ ଚାଷ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ସେପଟେ ସମବାୟ ସମିତି ସମ୍ପାଦକ ଙ୍କ ନିର୍ଦ୍ଦେଶକ୍ରମେ ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ୫୫୦ ଜଣ ଚାଷୀ ଙ୍କୁ ଟୋକନ୍ ଦିଆଯାଇଛି।  ଏବଂ ସେମାନଙ୍କୁ ପ୍ରଥମେ ସାର୍ ଦିଆଯିବ ବୋଲି କହିଛନ୍ତି ସମବାୟ ସମିତି କର୍ମଚାରୀ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories