www.samajalive.in
Sunday, December 7, 2025
13.1 C
Bhubaneswar

୩୦ତାରିଖ ଯାଏଁ କଳିଙ୍ଗା ଘାଟି ବନ୍ଦ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି । ଘଟଣା ସ୍ଥଳକୁ ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ୍‍ ଯିବ ବୋଲି କହିଛନ୍ତି ଜିଲାପାଳ ।

ସପ୍ତାହକ ପରେ ପୁଣିଥରେ କନ୍ଧମାଳ ଜିଲାର ଜୀବନରେଖା ଜି.ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ସୋମବାର ମଧ୍ୟାହ୍ନରେ ଭୂସ୍ଖଳନ ହୋଇଛି । ଜିଲାବ୍ୟାପି ଅନବରତ ପ୍ରବଳ ବର୍ଷା ହୋଇଛି । କଳିଙ୍ଗା ଘାଟିରେ ବାଦଲଫଟା ବର୍ଷା ହେବାରୁ ଗତ ୧୬ତାରିଖରେ ଘାଟିର ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା ସେଠାରୁ ପୁନର୍ବାର ମାଟି ଅତଡା ଧସିଛି । ବଡବଡ ପଥର ପାହାଡରୁ ଖସି ଆସିଛି । ଗତ ୫ଦିନ ଧରି ଯାହା କିଛି ମରାମତି ହୋଇଥିଲା ତା ମଧ୍ୟ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories