ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ସାର ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ଦିଗପହଣ୍ଡିରୁ ଆସିଛି ବଡ ଖବର । ପୁଲିସ ଉପସ୍ଥିତିରେ ଚାଷୀମାନେ ସାର ବସ୍ତା ବୋହି ନେଇଛନ୍ତି । ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହି ନେଇଥିବା ସୂଚନା ମିଳିଛି । ମଙ୍ଗଳବାର ମଉଳାଭଣଜା ସେବା ସମବାୟ ସମିତି ଆଗରେ ସାର ପାଇଁ ଚାଷୀମାନେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ହେଲେ କିଛି ଚାଷୀମାନେ ସମବାୟ ସମ୍ପାଦକଙ୍କୁ ଘେରି ସାରା ବସ୍ତା ସବୁ ବୋହି ନେଇଛନ୍ତି । ସାର ମିଳୁନଥିବାରୁ ଆଜି ସକାଳେ ପ୍ରଥମେ ଏନ୍ଏଚ୍ ଅବରୋଧ କରିଥିଲେ ଚାଷୀ ।
Popular Categories



