ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ୱାଘା ବର୍ଡରରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟ କରି ନିବେଦନ କରିଛନ୍ତି। ପିଓକେରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ସୀମାନ୍ତରେ ସ୍ଥିତି କିପରି ରହିଛି ତାହାର ଅନୁଧ୍ୟାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଅମରିନ୍ଦର ବର୍ତ୍ତମାନ ଅମୃତସର ଗସ୍ତରେ ଅଛନ୍ତି। ସେ ଟୁଇଟରେ ଦର୍ଶାଇଛନ୍ତି ଯେ, ‘ମୋଦୀ ଜୀ, ବର୍ତ୍ତମାନ ମୁଁ ସୀମାନ୍ତ ଅଞ୍ଚଳ ପରିଦର୍ଶନରେ ଆସିଛି। ଆଜି ଅଭିନନ୍ଦନଙ୍କୁ ପାକିସ୍ତାନ ଫେରାଇବ ବୋଲି ଘୋଷଣା କରିଛି। ତେଣୁ ଏହି ସମୟରେ ମୁଁ ସେଠାକୁ ଯାଇ ତାଙ୍କୁ ସ୍ବାଗତ କରିବାକୁ ଚାହୁଁଛି। ଏହା ମୋ ପାଇଁ ଆନନ୍ଦର କଥା ହେବ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଭିନନ୍ଦନଙ୍କୁ ସ୍ବାଗତ କରିବାକୁ ଚାହୁଁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ; ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି ନିବେଦନ କଲେ
Popular Categories



