www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟାଳୟରେ ପଶି ୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଲେ ଅଭିଭାବକ

ଧାମରା: ଜଳେଶ୍ୱରପୁର ପଞ୍ଚାୟତରେ ଥିବା ପାଞ୍ଚମୁକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ  ଅଭିଭାବକ ସ୍କୁଲରେ ପଶି ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରକୁ ମାଡ ମାରିଛନ୍ତି। ଏ ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପ୍ରାପ୍ତ ଖବରରୁ ଜଣାଯାଇଛି, ଏହି ବିଦ୍ୟାଳୟର ଆର୍ଜମାନ ଦାସ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତ ଶନିବାର ଦିନ ସେହି ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରଙ୍କ ଅଭିଭାବକ ଆସି ତାଙ୍କୁ ମାଡ ମାରିଥିଲେ। ସେହି ସମୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ନ ଥିଲେ। ସଂପୃକ୍ତ ଅଭିଭାବକ ବିଦ୍ୟାଳୟକୁ ମୋଟରସାଇକେଲରେ ଆସୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି  ବୋଲି ପ୍ରଧାନ ଶିକ୍ଷକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି। ଅଭିଭାବକ ଜଣକ କେଉଁ କାରଣ ପାଇଁ ଆର୍ଜମାନଙ୍କୁ ମାଡ ମାରିଲେ ତାହାର କାରଣ ଅସ୍ପଷ୍ଟ। ଉକ୍ତ ଅଭିଭାବକଙ୍କ ପୁତୁରା ସେହି ବିଦ୍ୟାଳୟରେ ପାଠ ପଢୁଛନ୍ତି। ଛୋଟ ଛୋଟ ଛୁଆଙ୍କ କଥାକୁ ନେଇ ସଂପୃକ୍ତ ଯୁବକ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ କରିଥିବା କୁହାଯାଉଛି।

- Advertisement -

ଅନ୍ୟପଟେ ଅର୍ଜମାନଙ୍କ ମା’ ସୁଚରିତା ଦାସ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅର୍ଜମାନଙ୍କ ବୟାନ ରେକର୍ଡ କରିଛି। ଅନ୍ୟ ପକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନ ଥିବା ଜଣାପଡ଼ିଛି। ତୁରନ୍ତ ସଂପୃକ୍ତ  ଛାତ୍ରକୁ ନ୍ୟାୟ ନ ମିଳିଲେ ଛାତ୍ରଙ୍କ ପରିବାର ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଛାତ୍ରଙ୍କ ମା’ ସୁଚରିତା କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories