ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହା ଉପରେ ଉଭୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଏକ ସରଳରେଖାରେ ରହିବେ । ମାତ୍ର ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଅନ୍ୟ କିଛି ଦେଶରେ ଏହି ପରାଗ ଦୃଶ୍ୟମାନ ହେବ ।
ଧାର୍ମିକ ମାନ୍ୟତାନୁସାରେ ପରାଗ ଓ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ । ଫଳରେ ଲୋକେ ଏହି ସମୟରେ ପୂଜାପାଠ, ଦାନ ନକରିବା ସହ ମନ୍ତ୍ର ଜପ କରି ଥାନ୍ତି । ତେବେ ଜାଣନ୍ତୁ ଏହି ସୂର୍ଯ୍ୟପରାଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଶୁଭଙ୍କର ।
ମେଷ- ଏହି ରାଶିଙ୍କୁ ଭାଗ୍ୟର ସାଥ୍ ମିଳିବ । ଦୀର୍ଘ ଦିନରୁ ଇଚ୍ଛା କରିଥିବା କାମ ପୂରଣ ହେବ । ଚାକିରିରେ ଉନ୍ନତି ସହ ନୂଆ ନୂଆ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ମଧ୍ୟ ଲାଭବାନ୍ ହେବେ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ। ଅଟକି ଥିବା କାମ ପୂରଣ ହେବ। ସମସ୍ୟା ଦୂର ହେବ । ଧନ-ସମ୍ପତ୍ତି ମାମଲାରେ ଲାଭ ମିଳିବ।
ସିଂହ- ଭାଗ୍ୟ ସୁନା ଭଳି ଚମକିବ। କାରଣ ସୂର୍ଯ୍ୟ ସିଂହ ରାଶିଙ୍କ ସ୍ୱାମୀ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ଧନ ଲାଭ ସହ ଟଙ୍କା ନିବେଶରୁ ଲାଭବାନ୍ ହେବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। ଚାକିରିରେ ପଦନ୍ନୋତି ସହ ବ୍ୟବସାୟୀ ଜବରଦସ୍ତ ଲାଭ ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ। ମନର ଇଚ୍ଛା ପୂରଣ ହେବ। ଶିକ୍ଷା, କର୍ମକ୍ଷେତ୍ର ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ। ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ।
ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ପ୍ରଶାନ୍ତର କିଛି ଅଞ୍ଚଳରେ ନଜର ଆସିବ।
ଭିଭୋ ୱାଇ୩୧ ୫ଜି ସିରିଜ୍ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍, ଦାମ୍ ମାତ୍ର ଏତିକି..



