www.samajalive.in
Friday, December 5, 2025
26.1 C
Bhubaneswar

ଗ୍ୟାସ୍ ବୋଝେଇ ଟ୍ରକ-କାର ଧକ୍କା: ଜଣେ ଯବାନ ମୃତ, ୨ ଗୁରୁତର

ଫୁଲବାଣୀ: ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ତଳ ସାହି ଠାରେ ଟାଟା ପିକଅପ୍‍ ଭ୍ୟାନକୁ ଧକ୍କା ଦେଇଛି ଗ୍ୟାସ୍‍ ବୋଝେଇ ଟ୍ରକ । ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ତଳସାହି ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ଯବାନ ଦୀପକ ଶର୍ମା ମୃତ ହୋଇଥିବା ବେଳେ ୨ଗୁରୁତର ଥିବା ସୂଚନା ମିଳିଛି।

ସୂଚନା ମୁତାବକ ବିଏ.ଏସ.ଏଫ ଯବାନମାନେ ବୃକ୍ଷ ରୋପଣ କରି ୫୭ନଂ ଜାତୀୟ ରାଜପଥରେ ଫେରୁଥିବା ବେଳେ ସୁଡ୍ରୁ କୁମ୍ପା ତଳସାହି ନିକଟରେ କାର ରାସ୍ତା କଡ଼ରେ ରଖି ଛିଡ଼ା ହୋଇଥିଲେ ।  ଏହି ସମୟରେ ବିପରୀତ ଦିଗ ଫୁଲବାଣୀଠାରୁ ବୌଦ୍ଧ ଆଡ଼କୁ ଆସୁଥିବା ଗ୍ୟାସ୍ ବୋଝେଇ ଟ୍ରକ ଛିଡ଼ା ହୋଇଥିବା କାରକୁ ସାମ୍ନାରେ ଧକ୍କା ଦେଇଥିଲା ।

- Advertisement -

ଯାହା ଫଳରେ କାର ପାଖରେ ଥିବା ଯବାନ ଦୀପକ ଶର୍ମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାରରେ ବସିଥିବା ୨ଯବାନଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସମସ୍ତଙ୍କୁ ଫୁଲବାଣୀ ମେଡିକାଲ ପଠାଯାଇଛି। ଦୁର୍ଘଟଣା ଘଟେଇ ଟ୍ରକ ଚାଳକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଅଞ୍ଚଳ ବାସି ଟ୍ରକକୁ ଅଟକ ରଖିଥିଲେ ।

ଏହି ଅଞ୍ଚଳରେ ହମ୍ପସ ନଥିବାରୁ ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଯାଇ ଦୁର୍ଘଟଣା ଘଟାଉଛନ୍ତି। ଅନେକ ଦୁର୍ଘଟଣା ଏହି ଅଞ୍ଚଳରେ ହେଉଥିବାରୁ ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ରାସ୍ତା ରୋକ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି। ଏହି ଘଟଣାକୁ ନେଇ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories