ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ
ଆରଡି : ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା(ମହାଶିବରାତ୍ରି) ଆଉ ୩ଦିନ ବାକିରହିଛି। ଏଥିପାଇଁ ଜିଲାର ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ପର୍ବ ଚାଲିଛି । ବିଶେଷକରି ଜାଗରଯାତ୍ରା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃ୍ଷ୍ଟିରେ ରଖି ଗୁରୁବାର ଜିଲା ପୁଲିସ ପକ୍ଷରୁ ପୀଠରେ କ୍ଷେତ୍ର ପରିଦର୍ଶନ କରାଯଇଥିଲା। ଏହି ପରିଦର୍ଶନରେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶଙ୍କ ସହ ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ, ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରମୁଖ ମନ୍ଦିର ଭିତର ଓ ବାହାର ପରିସରକୁ ଯାଞ୍ଚ କରିବା ସହିତ ଯେପରି ଆଗନ୍ତୁକ ଶ୍ରଦ୍ଧାଳୁମାନେ ଭଲଭାବେ ମଣିବାବାଙ୍କୁ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯିବ ଏବଂ ଜାଗର ଦୀପ ଜାଳିବା ପାଇଁ ସ୍ଥାନ ନିରୁପଣ ଆଦି ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଚଳିତବର୍ଷ ଜାଗରଯାତ୍ରା ଦିନ ମନ୍ଦିର ନିକଟସ୍ଥ ଡିଅସାହି ଛକ ନିକଟରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଥିବା ଧାମନଗର ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଥିଲେ। ପୀଠକୁ ଆସୁଥିବା ୪ଚକିଆ ଓ ୨ଚକିଆ ଯାନ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାର କୁଳେଇପଦା ଛକ ଠାରୁ ଗାଡି ଗୁଡିକ ବାଙ୍କମୁଆଁ -ଚମ୍ପାସାହି ଓ ନାନ୍ଦପୁର ଦେଇ ମନ୍ଦିର ନିକଟସ୍ଥ ଡିଅସାହି ପାର୍କିିଂ ଷ୍ଟାଣ୍ଡରେ ରହଣି କରିବ। ଏପରିକି ପାର୍କିଂ ପାଇଁ ୨ଚକିଆ ଯାନ ନିମନ୍ତେ ୧୦ଟଙ୍କା ଓ ୪ଚକିଆ ଯାନ ନିମନ୍ତେ ୨୦ଟଙ୍କା ମହାସୁଲ ନିଦ୍ଧାରଣ କରାଯାଇଥିବା ଏସଡିପିଓ ର୍ଶୀ ସାମଲ ପ୍ରକାଶ କରିଥିଲେ। ଯାତ୍ରାର ୧ଦିନ ପୂର୍ବରୁ ଅର୍ଥାତ ରବିବାର ଠାରୁ ଯାତ୍ରାର ପରଦିନ ଅର୍ଥାତ ମଙ୍ଗଳବାର ପ୍ରର୍ଯ୍ୟନ୍ତ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ପୀଠରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି , ପୀଠକୁ ସଂଯୋଗ କରୁଥିବା ସ୍ଥଳପଥ ଓ ଜଳପଥରେ ଚଳିତ ବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ସେହିପରି ପୀଠରେ ଥିବା ସମସ୍ତ ସାହି ଓ ବଜାର ରାସ୍ତାରେ ମଧ୍ୟ ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ସହ ଯାଜପୁର-ଆରଡି, ମତୋ-ଚାନ୍ଦବାଲି-ଆରଡି ରାସ୍ତାରେ ୨୪ ଘଣ୍ଟିଆ ପ୍ରେଟୋଲିଂ ବ୍ୟବସ୍ଥା ସହ ବିଭିନ୍ନ ବଜାର ଓ ଛକରେ ଟ୍ରାଫିକ୍ ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପଟେ ପୀଠକୁ ସଞ୍ଜୋଗ କରୁଥିବା ମୁଆଁ. ଧାନଖଣିଆ ଓ ତିନିତର ନଦୀଘାଟରେ ବ୍ୟାପକ ପୁଲିସ ମୃତ୍ୟୟନ କରାଯିବା ସହିତ ନଦୀରେ ୨୪ଘଣ୍ଟିଆ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଇଁତରା ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏପରିକି ଗୋଟିଏ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯେପରି ଜଳଯାତ୍ରା ନକରିବେ ସେଥିପାଇଁ ସମସ୍ତ ଘାଟିଆମାନଙ୍କୁ ନଟକା ଜାରି କରାଯାଇଛି। ଏଥିପାଇଁ ପୀଠରେ ଜଣେ ଏ ଏସ.ପିଙ୍କ ସହ ୪ଜଣ ମ୍ୟାଜିଷ୍ଟ୍ରେଟ, ୪ଜଣ ଡିଏସ.ପି, ୫ଜଣ ଏସଡିପିଓ, ୯ଜଣ ଇନସିପେକ୍ଟର, ୨୫ଜଣ ସବଇନସିପେକ୍ଟର, ୫୬ଜଣ ଏସଆଇ, ୩୦ ସେକ୍ସନ ଫୋର୍ସ, ୬ଜଣ ଟ୍ରାଫିକ ପୁଲିସ, ୪୦ଜଣ ମହିଳା ପୁଲିସଙ୍କ ସହ ହାବିଲିଦାର ଓ ହୋମଗାର୍ଡ ନିୟୋଜିତ ରହିବେ। ଏପରିକି ଭକ୍ତମାନଙ୍କ ଭିଡକୁ ଲଖ୍ୟ କରି ଚଳିତ ବର୍ଷ ମନ୍ଦିର ଭିତର ଓ ବାହାରେ ସସିଟିଭି କ୍ୟାମେରା ଲଗାଯିବା ସହିତ ଭିଡ ସ୍ଥାନ ଗୁଡିକରେ ଅସାମିଜକ ବ୍ୟକ୍ତିଙ୍କ କାର୍ଯ୍ୟ କଳାପ ଉପରେ ନଜର ରଖିବା ପଇଁ ସାଧା ପୋଷାକ ଧାରୀ ପୁଲିସ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଥିଲା। ଏହାସହ ପୀଠରେ ନିଶାଦ୍ରବ୍ୟ ଉପରେ କଟକଣା ଜାରି କରାଯିବା ସହ ଗୁଇନ୍ଦା ବିଭାଗ ପକ୍ଷରୁ ଜାଗରଯାତ୍ରାର ସମସ୍ତ କାର୍ଯ୍ୟ ଉପରେ ତଦାରଖ କରାଯିବ ବୋଲି ଏଏସପି ଶ୍ରୀ ଦାଶ ପ୍ରକାଶ କରିଥିଲେ।