www.samajalive.in
Friday, December 5, 2025
27.1 C
Bhubaneswar

ଧରାପଡିଲେ ୫ ଜଣିଆ ପାହାଡି ଗ୍ୟାଙ୍ଗ୍‌

ଭୁବନେଶ୍ଵର : ପୂଜା ପୂର୍ବରୁ ସକ୍ରିୟ ହୋଇଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଦିନକୁ ଦିନ ରାଜ୍ୟରେ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଝାଡଖଣ୍ଡରୁ ଆସି ଓଡିଶାରେ କରୁଥିଲେ ଲୁଟ୍‌ପାଟ୍। ଖୋଦ୍ ରାଜଧାନୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ପୂଜାରେ ଲୁଟିବା ପାଇଁ ଝାଡଖଣ୍ଡର ଏହି ପାହାଡି ଗ୍ୟାଙ୍ଗ୍ ଭୁବନେଶ୍ଵର ଆସିଥିଲେ। ଦୁଇ ନାବାଳକ ସହ ୫ ଲୁଟେରାଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ୬୦ରୁ ଅଧିକ ଚୋରା ମୋବାଇଲ୍ ମଧ୍ୟ ଜବତ କରାଯାଇଛି। ସେପଟେ ଯାଜପୁର ଜିଲ୍ଲାରେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।  ଟାୱାରରୁ ଚୋରୀ କରିବା ବେଳେ ଲୁଟେରା ଧରାପଡିଛନ୍ତି । ଏମାନେ ଦୀର୍ଘ ଦିନ ହେବ ଯାଜପୁର ଜିଲ୍ଲାର ବିଭିନ୍ନ ଜିଓ ଟାୱାରରୁ ବିଭିନ୍ନ ଦାମୀ ସାମଗ୍ରୀ ଚୋରୀ କରୁଥିଲେ। ଧରା ପଡ଼ିଥିବା ବ୍ୟକ୍ତି ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories