www.samajalive.in
Friday, December 5, 2025
27.1 C
Bhubaneswar

ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ବିଲମାଳରେ ପ୍ରସବ, ଖଟିଆରେ ବୁହାହେଲେ ଗର୍ଭବତୀ

କଲ୍ୟାଣସିଂହପୁର/ଟିକିରି: ପୁଣି ରାୟଗଡ଼ା ଜିଲାରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଥିବାରୁ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଚାଲିଚାଲି ଡାକ୍ତରଖାନା ଯିବା ବେଳେ ବିଲ ମଝିରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ। ସେହିପରି ଏହି ଜିଲାର କାଶୀପୁର ବ୍ଲକର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଖମ୍ବପଦର ଗ୍ରାମକୁ ରାସ୍ତା ନଥିବାରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିବା ଜଣେ ମହିଳାଙ୍କୁ ପରିବାର ଲୋକେ ଖଟିଆରେ ୪ କିମି ବୋହି ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଚଞ୍ଚଡା ସାହିର ସୁନିଲ ପ୍ରାସ୍କାଙ୍କ ପତ୍ନୀ ବନିତା ପ୍ରାସ୍କା ମଙ୍ଗଳବାର ରାତି ୩ଟା ବେଳେ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକଙ୍କଠାରୁ ଖବରପାଇ ଆଶା ଦିଦି ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ। ହେଲେ ଭଲ ରାସ୍ତା ନଥିବାରୁ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବା ସମ୍ଭବ ହୋଇନଥିଲା। ଶେଷରେ ଆଶା ଦିଦି ଓ କିଛି ମହିଳାଙ୍କ ସହାୟତାରେ ବନିତାଙ୍କୁ ଚଲାଇ ଚଲାଇ ବିଲ ମଧ୍ୟରେ ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ଏହି ସମୟରେ ରାସ୍ତାରେ ହିଁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବହୁ କଷ୍ଟରେ ଶିଶୁକନ୍ୟା ଓ ବନିତାଙ୍କୁ ଆମ୍ବୁଲାନ୍ସ ନିକଟକୁ ନିଆଯିବା ପରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଆଶା ଦିଦି ନବୀନା ଦୀପ ପ୍ରକାଶ କରିଛନ୍ତି। ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

- Advertisement -

ସେହିପରି କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଖମ୍ବପଦର ଗ୍ରାମର ଅଲି ମାଝୀ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ଆଶାଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ ଖଟିଆରେ ପାହାଡ଼ିଆ ରାସ୍ତାରେ ଗର୍ଭବତୀଙ୍କୁ ୪ କିଲୋମିଟର ଯାଏଁ ବୋହିନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଏହି ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ​‌େଲାକେ ବାରମ୍ବାର ଗୁହାରି କରି ନିରାଶ ହୋଇପଡ଼ିଛନ୍ତି। କାଶୀପୁର ଡାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ପରଠାରୁ ଅଚଳ ହୋଇ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉନଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories