www.samajalive.in
Sunday, December 7, 2025
13.1 C
Bhubaneswar

ଭଙ୍ଗା କୁଡିଆରେ ବିତୁଛି ଜୀବନ ; ଆବାସ ଯୋଜନାରୁ ବଞ୍ଚିତ ପରିବାର

ହରଭଙ୍ଗା: ଆବାସ ଏବଂ ଅର୍ନ୍ତଦୋୟ ଗୃହ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ଘର ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ଘର ସର୍ଭେରୁ ବାଦ ପଡିବା ଯୋଗୁଁ ଗୋଟିଏ ଗରିବ ପରିବାର ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ମାଟି କୁଡିଆରେ ଦୟନୀୟ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଚିତ୍ର ହରଭଙ୍ଗା ବ୍ଲକ କଂରଜକଟା ପଂଚାୟତ ଅର୍ନ୍ତଗତ ଜାମୁପଦର ଗ୍ରାମର ଦଳିତ ସାହିରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ ଜାମୁପଦର ଦଳିତ ସାହିର ବାସିନ୍ଦା ଅଭିମନ୍ୟୁ ପାତ୍ର ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ସକାଳ ପାଇଲେ ମୂଲ ମଜୁରୀ କଲେ ଚୁଲି ଜଳେ। କାମଧନ୍ଦା ନ ମିଳିବାରୁ ବାହାର ଜିଲ୍ଲାକୁ ସପରିବାର କାମଧନ୍ଦା ପାଇଁ ଚାଲି ଯାଇଥିଲେ। ସେହି ସମୟରେ ପଂଚାୟତ ପକ୍ଷରୁ ପକ୍କା ଘର ସର୍ଭେ କରାଯିବା ସମୟରେ ସେ ଉପସ୍ଥିତ ନଥିଲେ। ସର୍ଭେରୁ ବାଦପଡିବା ଯୋଗୁଁ ଅଭିମନ୍ୟୁ ପକ୍କା ଘର ତାଲିକାରେ ଅର୍ନ୍ତଭୁକ୍ତ ହୋଇପାରିନଥିଲେ। ଏ ବିଷୟରେ ଜଣାପଡିବା ପରେ ସେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଲିଖିତଭାବେ ଜଣାଇଛନ୍ତି।ତାଙ୍କୁ ଅର୍ନ୍ତଦୋୟ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବୀ ହେଉଛି। ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍‌, କାହାର ଦେଖାଦେବ ସମସ୍ୟା

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories