www.samajalive.in
Friday, December 5, 2025
27.1 C
Bhubaneswar

ଉପରାଷ୍ଟ୍ରପତି ନିର୍ବାଚନ: ସାଂସଦମାନେ କିପରି ଦେଉଛନ୍ତି ଭୋଟ: ଜାଣନ୍ତୁ ପୁରା ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ:  ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି । ରାଜ୍ୟସଭା ଏବଂ ଲୋକସଭାର ୭୬୭ଜଣ ସାଂସଦ ନିର୍ବାଚନରେ ଭୋଟ ଦେଉଛନ୍ତି । ୪ଟି ରାଜନୈତିକ ଦଳର ୧୪ଜଣ ସାଂସଦ ନିର୍ବାଚନ ବର୍ଜନ କରିଛନ୍ତି, ଯାହା ଫଳରେ ଭୋଟ ସଂଖ୍ୟା ୭୮୧ରୁ ୭୬୭କୁ ହ୍ରାସ ପାଇଛି । ମତଦାନ ଗୁପ୍ତ ଭାବରେ ଅନୁଷ୍ଠିତ ହେଉଛି ଏବଂ ରିଟର୍ଣ୍ଣିଂ ଅଧିକାରୀ ହେଉଛନ୍ତି ରାଜ୍ୟସଭା ମହାସଚିବ ପିସି ମୋଦୀ, ସହାୟକ ରିଟର୍ଣ୍ଣିଂ ଅଧିକାରୀ ହେଉଛନ୍ତି ଗରିମା ଜୈନ ଏବଂ ବିଜୟ କୁମାର । ଏନଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମ ମୋହନ ନାଇଡୁଙ୍କୁ ପୋଲିଂ ଏଜେଣ୍ଟ କରାଯାଇଛି ।
ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବହୃତ ବାଲଟ୍‍ ପେପରରେ ଦୁଇଟି ସ୍ତମ୍ଭ ଅଛି । ପ୍ରଥମ ସ୍ତମ୍ଭରେ ଉଭୟ ପ୍ରାର୍ଥୀଙ୍କ ନାମ ଲେଖାଯାଇଛି । ଦ୍ୱିତୀୟ ସ୍ତମ୍ଭରେ ସାଂସଦମାନଙ୍କୁ ସେମାନଙ୍କର ପସନ୍ଦ ଲେଖିବାକୁ ପଡିବ । ପ୍ରାର୍ଥୀଙ୍କ ନାମ ଆଗରେ ପ୍ରଥମ କିମ୍ବା ଦ୍ୱିତୀୟ ପସନ୍ଦ ଲେଖିବାକୁ ପଡିବ । ସାଂସଦମାନେ ସେମାନଙ୍କର ପସନ୍ଦ କେବଳ ସଂଖ୍ୟାରେ ଲେଖିପାରିବେ, ଶଦ୍ଦରେ ନୁହେଁ  । ଉଦାହରଣ ସ୍ୱରୂପ ୧ କିମ୍ବା ୨ଲେଖିପାରିବେ, କିନ୍ତୁ ଗୋଟିଏ କିମ୍ବା ଦୁଇଟି ଶଦ୍ଦ ଲେଖିପାରିବେ ନାହିଁ । ସଂଖ୍ୟା ଗୁଡିକୁ ଆନ୍ତର୍ଜାତୀୟ ସଂଖ୍ୟା ପ୍ରଣାଳୀ, ରୋମାନ କିମ୍ବା ଯେକୌଣସି ଭାରତୀୟ ଭାଷାରେ ଲେଖାଯାଇପାରିବ ।
ଗୋଟିଏରୁ ଅଧିକ ପସନ୍ଦ ଲେଖିବା ଆବଶ୍ୟକ ନୁହେଁ । ଭୋଟ ଗଣନା ପାଇଁ ପ୍ରଥମେ ସମସ୍ତ ବାଲଟ୍‍ ପେପର ଗୁଡିକୁ ସଜାଯିବ । ବୈଧ ଏବଂ ଅବୈଧ ବାଲଟ୍‍ ପେପରଗୁଡିକୁ ପୃଥକ କରାଯିବ । ଏହାପରେ ବୈଧ ଭୋଟ ସଂଖ୍ୟା ଅନୁସାରେ କୋଟା ନିର୍ଣ୍ଣୟ କରାଯିବ । ବୈଧ ଭୋଟ ସଂଖ୍ୟାକୁ ୨ ଦ୍ୱାରା ଭାଗ କରି ଏବଂ ୧ ଯୋଡି କୋଟା ପ୍ରାପ୍ତ ହେବ । ଉଦାହରଣ ସ୍ୱରୂପ ଯଦି ମୋଟ ବୈଧ ଭୋଟ ୭୦୦ ହୁଏ, ତେବେ କୋଟା ୩୫୧ ହେବ । ଯେଉଁ ପ୍ରାର୍ଥୀ କୋଟାଠାରୁ ଅଧିକ ପ୍ରଥମ ପସନ୍ଦ ଭୋଟ ପାଇବେ ତାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷଣା କରାଯିବ ।
ଏଠାରେ କହିରଖୁଛୁ ଯେ ୪ଟି ରାଜନୈତିକ ଦଳ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫କୁ ବର୍ଜନ କରିଛନ୍ତି । ସର୍ବପ୍ରଥମେ ଗତକାଲି ସନ୍ଧ୍ୟାରେ ବିଜେଡି ନିର୍ବାଚନରୁ ଓହରିବା ପରେ ରାତି ସୁଦ୍ଧା ବିଆରଏସ୍‍ ନିର୍ବାଚନରୁ ଦୂରେଇ ରହିବାକୁ ଘୋଷଣା କରିଥିଲା । ବିଳମ୍ବିତ ରାତିରେ ଶିରୋମଣି ଅକାଳି ଦଳ ମଧ୍ୟ ନିର୍ବାଚନ ବର୍ଜନ କରିଥିଲା । ଏହିପରି ୧୪ଟି ଭୋଟ ହ୍ରାସ ପାଇଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories